ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ ଯୋଗାଣ

Advertisment
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ ଯୋଗାଣ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ପକ୍ଷରୁ ଜାମନଗର ରିଫାଇନାରିରେ ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତନ ଆଣି ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ମାନର ଅକ୍ସିଜେନ୍ (ଅମ୍ଳଜାନ) ଉତ୍ପାଦନ କରାଯିବା ସହ ତିନିଟି ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଂଚଳକୁ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି ।

ବିଗତ ଦୁଇ ଦିନ ଧରି ଦୈନିକ ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଡାମନ୍ ଆଣ୍ଡ୍ ଡିଉ ଓ ଦାଦ୍ରା ଆଣ୍ଡ୍ ନଗର ହାଭେଲି କେନ୍ଦ୍ର ଶାସିତ ଅଂଚଳକୁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ଅନୁସାରେ ୭୦୦ ଟନ୍ ଅକ୍ସିଜେନକୁ ସ୍ୱତନ୍ତ୍ର ଟ୍ୟାଙ୍କର୍ ଜରିଆରେ ବିନା ମୂଲ୍ୟରେ ପରିବହନ କରାଯାଉଛି । ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଅତିକମରେ ୭୦,୦୦୦ ଅତି ଗୁରୁତର କୋଭିଡ୍-୧୯ ରୋଗୀଙ୍କ ଦୈନିକ ଆବଶ୍ୟକତା ପୂରଣ କରିବାକୁ ଏହି ଅକ୍ସିଜେନ୍ ଯଥେଷ୍ଟ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସିଏସ୍ଆର୍ ଅଭିଯାନ ଅଂଶସ୍ୱରୂପ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ ବିଯୁକ୍ତ ୧୮୩ ଡିଗ୍ରି ସେଲ୍ସିଅସରେ ବିନା ମୂଲ୍ୟରେ ସ୍ୱତନ୍ତ୍ର ଟ୍ୟାଙ୍କର ଜରିଆରେ ଅକ୍ସିଜେନ୍ ପରିବହନ କରାଯାଉଛି । ପୂର୍ବରୁ ଜାମନଗର ରିଫାଇନାରିରେ ମେଡିକାଲ୍ ମାନର ଅକ୍ସିଜେନ୍ ଉତ୍ପାଦନ ହେଉ ନଥିଲା ଏବଂ ଶିଳ୍ପ ଗ୍ରେଡରୁ ଅକ୍ସିଜେନ୍ ଅଶୋଧିତ ତୈଳରୁ ପେଟ୍ରୋଲ୍, ଡିଜେଲ୍ ଓ ଜେଟ୍ ଇନ୍ଧନ ଆଦି ପ୍ରସ୍ତୁତିରେ ବ୍ୟବହାର କରାଯାଉଥିଲା । ମାତ୍ର ଦେଶରେ କୋଭିଡ୍-୧୯ ମାମଲାରେ ଘଟିଥିବା ବୃଦ୍ଧି ଯୋଗୁଁ ଅକ୍ସିଜେନ୍ ଚାହିଦା ବୃଦ୍ଧି ପାଇବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଶିଳ୍ପ ପାଇଁ ବ୍ୟବହାର ହେବାକୁ ଥିବା ଅକ୍ସିଜେନକୁ ନେଇ ମେଡିକାଲ୍ ମାନର ଅକ୍ସିଜେନ୍ ଉତ୍ପାଦନ କରିବା ଲାଗି ଉପକରଣ ସ୍ଥାପନ କରାଯିବା ସହ ବ୍ୟବସ୍ଥା ବିକଶିତ କରାଯାଇଛି । ଅନ୍ୟ ରାଜ୍ୟଗୁଡ଼ିକରୁ ଚାହିଦା ଆସିଲେ କଂପାନି ସେମାନଙ୍କୁ ମଧ୍ୟ ମେଡିକାଲ୍ ମାନର ଅକ୍ସିଜେନ୍ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି । କମ୍ପାନୀ ଏହାର ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ଉତ୍ପାଦନ କ୍ଷମତାକୁ ଦୈନିକ ୧୦୦୦ ଟନକୁ ବୃଦ୍ଧି କରିବାକୁ ଯୋଜନା ରଖିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe