Image Courtesy of NDTV
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କର ମଧ୍ୟଭାଗ ଅନ୍ତର୍ଗତ ମେନ୍ହଟନ୍ରେ ଥିବା ବିଳାସମୟ ହୋଟେଲ୍ ‘ମାଣ୍ଡାରିନ୍ ଓରିଏଣ୍ଟାଲ୍ ନ୍ୟୁୟର୍କ’ ନାମକ ପଞ୍ଚତାରକା ହୋଟେଲ୍ର ମାଲିକାନା ଖରିଦ କରିବା ଲାଗି ‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍’ (ଆର୍ଆଇଏଲ୍) ପ୍ରାୟ ୧୦୦ ନିୟୁତ ଡଲାର୍ ଦେବ। କେମ୍ୟାନ୍ ଦ୍ବୀପରେ ଥିବା ଏହାର ମୂଳ ମାଲିକାନା ଖରିଦସୂତ୍ରରେ ‘ଆର୍ଆଇଏଲ୍’ ଉକ୍ତ ହୋଟେଲ୍କୁ ପାଇବ।
ଶନିବାର ଦିନ ‘ଷ୍ଟକ୍ ଏକ୍ସଚେଞ୍ଜ୍ ଫାଇଲିଙ୍ଗ୍’ରେ ରିଲାଏନ୍ସ୍ କହିଛି ଯେ, ପ୍ରାୟ ୯୮.୧୫ ନିୟୁତ ଡଲାର୍ ମୂଲ୍ୟର ସେୟାର୍ ବିନିମୟରେ ତା’ର ଶିଳ୍ପ ନିବେଶ ଶାଖା କେମ୍ୟାନ୍ ଦ୍ବୀପରେ ଥିବା ‘କଲମ୍ବସ୍ ସେଣ୍ଟର୍ କର୍ପୋରେସନ୍’ର ମାଲିକାନା ହାସଲ କରିବ।
Image Courtesy of Business Standardରିଲାଏନ୍ସ୍ ଆହୁରି ମଧ୍ୟ କହିଛି ଯେ, ‘କଲମ୍ବସ୍ ସେଣ୍ଟର୍ କର୍ପୋରେସନ୍’ (କେମ୍ୟାନ୍) ଅଧିଗ୍ରହଣ ପରେ ‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଆଲ୍ ଇନ୍ଭେଷ୍ଟମେଣ୍ଟ୍ସ୍ ଆଣ୍ଡ୍ ହୋଲ୍ଡିଙ୍ଗ୍ସ୍ ଲିମିଟେଡ୍’ ତା’ର ଗ୍ରାହକ ଏବଂ ଆତିଥେୟତା ବ୍ୟବସ୍ଥାକୁ ମଧ୍ୟ ନିଜ ଅକ୍ତିଆରକୁ ନେବ। ‘କେମ୍ୟାନ୍’ ଦଖଲରେ ‘ମାଣ୍ଡାରିନ୍ ଓରିଏଣ୍ଟାଲ୍ ନ୍ୟୁୟର୍କ’ର ୭୩.୩୭% ଅଂଶଧନ ବା ସେୟାର୍ ରହିଛି।
ମାର୍ଚ ୨୦୨୨ ସୁଦ୍ଧା ଏହି କିଣାବିକା କାରବାର ଶେଷ ହେବ ବୋଲି ରିଲାଏନ୍ସ୍ ଆଶା କରୁଛି।
Follow Us