ଜାମନଗରରେ ରିଲାଏନ୍ସ କରିବ ବିଶ୍ବର ସର୍ବବୃହତ୍‌ ଏଆଇ ଡାଟା ସେଣ୍ଟର

Advertisment

ଗୁଜରାଟର ଜାମନଗରରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ବିଶ୍ବର ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା (ଏଆଇ) ଡାଟା ସେଣ୍ଟର ସ୍ଥାପନ କରିବ। ଏହାର କ୍ଷମତା ୩ ଗିଗାୱାଟ୍‌ ରହିବ।

ଗୁଜରାଟର ଜାମନଗରରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ବିଶ୍ବର ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା (ଏଆଇ) ଡାଟା ସେଣ୍ଟର ସ୍ଥାପନ କରିବ। ଏହାର କ୍ଷମତା ୩ ଗିଗାୱାଟ୍‌ ରହିବ।

dggddg

ନୂଆଦିଲ୍ଲୀ: ଗୁଜରାଟର ଜାମନଗରରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ବିଶ୍ବର ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା (ଏଆଇ) ଡାଟା ସେଣ୍ଟର ସ୍ଥାପନ କରିବ। ଏହାର କ୍ଷମତା ୩ ଗିଗାୱାଟ୍‌ ରହିବ। ବିଶ୍ବରେ ଏଆଇର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି କମ୍ପାନି ଏଭଳି ଯୋଜନା କରିଛି। ଏନ୍‌ଭିଡିଆ କର୍ପୋରେସନର ଅତ୍ୟାଧୁନିକ ଏଆଇ ସେମିକଣ୍ଡକ୍ଟରରେ ଏହି ଡାଟା ସେଣ୍ଟର ସ୍ଥାପନ ହେବ। ଏହା କାର୍ଯ୍ୟକ୍ଷମ ହେଲେ ବିଶ୍ବରେ ବର୍ତ୍ତମାନ ସୁଦ୍ଧା ଥିବା ବୃହତ୍ ଡାଟା ସେଣ୍ଟରର କ୍ଷମତାକୁ ଏହା ଟପିଯିବ।

ବିଶ୍ବରେ ମାଇକ୍ରୋସଫ୍ଟ, ଆମାଜନ ଏବଂ ଆଲଫାବେଟ୍‌‌ ଭଳି କମ୍ପାନି ଏଆଇ ସମର୍ଥିତ ଡାଟା ସେଣ୍ଟର ସ୍ଥାପନରେ ବିପୁଳ ରାଶି ନିବେଶ କରୁଛନ୍ତି। ଏ କ୍ଷେତ୍ରରେ ରିଲାଏନ୍ସ ପ୍ରବେଶ କରିଛି। ଏହି ସେଣ୍ଟର ସ୍ଥାପନ ହେଲେ ଭାରତକୁ ଆଉ ଡାଟା ସଂରକ୍ଷଣ ପାଇଁ ବିଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଭାରତର ଡାଟାକୁ ଭାରତରେ ସଂରକ୍ଷିତ ରଖାଯାଇ ପାରିବ। ଅକ୍ଷୟ ଶକ୍ତିର ଯଥାସମ୍ଭବ ବ୍ୟବହାର ଏହି ଡାଟା ସେଣ୍ଟରରେ କରାଯିବ। ସୌର ଶକ୍ତି, ଗ୍ରିନ୍‌ ହାଇଡ୍ରୋଜେନ୍ ଏବଂ ପବନ ଶକ୍ତି ସହିତ ଏହି ଡାଟା ସେଣ୍ଟରକୁ ଯୋଡ଼ାଯିବ। ତେବେ ନିରନ୍ତର ବିଦ୍ୟୁତ୍‌ ଯୋଗାଣ ଦୃଷ୍ଟିରୁ ଜୀବାଶ୍ମ ଇନ୍ଧନ ଏବଂ ବୃହତ୍ ବ୍ୟାଟେରି ବ୍ୟବାହାରର ଆବଶ୍ୟକତା ମଧ୍ୟ ରହିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଭାରତର ଡାଟା ସେଣ୍ଟର କ୍ଷମତା ୩ ଗୁଣା ବଢ଼ିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe