ମିଶିଗଲେ ରିଲାଏନ୍ସ, ଭାୟାକମ୍୧୮, ଡିଜ୍‌ନି: ସୃଷ୍ଟି ହେଲା ୭୦,୩୫୨ କୋଟିର କମ୍ପାନି

Advertisment

ଦେଶର ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ସର୍ବବୃହତ ମିଶ୍ରଣ ସମ୍ପୂର୍ଣ୍ଣ ହୋଇଛି। ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଭାୟାକମ୍‌୧୮ ଓ ଡିଜ୍‌ନିର ମିଶ୍ରଣରୁ ୭୦,୩୫୨ କୋଟି ଟଙ୍କାର ଏକ ବିଶାଳ ଯୌଥ ଉଦ୍ୟୋଗ ସୃଷ୍ଟି ହୋଇଛି।

ଦେଶର ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ସର୍ବବୃହତ ମିଶ୍ରଣ ସମ୍ପୂର୍ଣ୍ଣ ହୋଇଛି। ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଭାୟାକମ୍‌୧୮ ଓ ଡିଜ୍‌ନିର ମିଶ୍ରଣରୁ ୭୦,୩୫୨ କୋଟି ଟଙ୍କାର ଏକ ବିଶାଳ ଯୌଥ ଉଦ୍ୟୋଗ ସୃଷ୍ଟି ହୋଇଛି।

dgdgdg

Business Standard

ମୁମ୍ବାଇ: ଦେଶର ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ସର୍ବବୃହତ ମିଶ୍ରଣ ସମ୍ପୂର୍ଣ୍ଣ ହୋଇଛି। ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଭାୟାକମ୍‌୧୮ ଓ ଡିଜ୍‌ନିର ମିଶ୍ରଣରୁ ୭୦,୩୫୨ କୋଟି ଟଙ୍କାର ଏକ ବିଶାଳ ଯୌଥ ଉଦ୍ୟୋଗ ସୃଷ୍ଟି ହୋଇଛି। ସେଥିରେ ରିଲାଏନ୍ସର ୧୬.୩୪ ପ୍ରତିଶତ, ଭାୟାକମ୍‌୧୮ର ୪୬.୮୨ ପ୍ରତିଶତ ଓ ଡିଜ୍‌ନିର ୩୬.୮୪ ପ୍ରତିଶତ ଅଂଶଧନ ରହିଛି। ଏହି ସଂସ୍ଥା ନୀତା ଅମ୍ବାନିଙ୍କ ନେତୃତ୍ବରେ ପରିଚାଳିତ ହେବ। ଏହି ବୃହତ୍‌ ମିଶ୍ରଣ ସହ ଷ୍ଟାର୍‌, କଲର୍ସର ସବୁ ଟିଭି ଚ୍ୟାନେଲ୍, ଜିଓସିନେମା, ହଟ୍‌ଷ୍ଟାର୍‌ ଓଟିଟି ପ୍ଲାଟଫର୍ମ ଗୋଟିଏ ସଂସ୍ଥା ଅଧୀନକୁ ଆସିଛନ୍ତି। ମନୋରଞ୍ଜନ ଓ କ୍ରୀଡ଼ା ପ୍ରସାରଣରେ ଏହାର ଆଧିପତ୍ୟ ରହିବା ଆଶା କରାଯାଉଛି।

ଏହି ଯୌଥ ଉଦ୍ୟୋଗ ଅଧୀନରେ ୧୨୦ ଚ୍ୟାନେଲ୍‌ ରହିବ ଏବଂ ଏହା ବାର୍ଷିକ ୩୦,୦୦୦ରୁ ଅଧିକ ଘଣ୍ଟାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ। ଏହି ମିଳିତ ସଂସ୍ଥାର ଦର୍ଶକ ସଂଖ୍ୟା ୭୫ କୋଟିରୁ ଅଧିକ। ତିନି ଜଣ ସିଇଓ ସଂସ୍ଥାର ପରିଚାଳନା ଦାୟିତ୍ବରେ ରହିବେ। ମନୋରଞ୍ଜନ, ଡିଜିଟାଲ୍‌ ଟିଭି ଓ କ୍ରୀଡ଼ା ଭଳି ତିନିଟି ବର୍ଗ ଲାଗି ଏହି ତିନି ସିଇଓ କାର୍ଯ୍ୟ କରିବେ। ଏହି ବିଶାଳ ମିଶ୍ରଣ ସମ୍ପୂର୍ଣ୍ଣ ହୋଇଥିବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଓ ଡିଜ୍‌ନିର ସିଇଓ ରବର୍ଟ ଏ ଆଇଜର ଖୁସି ବ୍ୟକ୍ତ କରିଛନ୍ତି। ଅନ୍ୟ ଏକ ଘଟଣାରେ ରିଲାଏନ୍ସ ପକ୍ଷରୁ ୪୨୮୬ କୋଟି ଟଙ୍କାରେ ଭାୟାକମ୍‌୧୮ରେ ଥିବା ପାରାମାଉଣ୍ଡ ଗ୍ଲୋବାଲ୍‌ର ୧୩.୦୧ ପ୍ରତିଶତ ଅଂଶଧନକୁ ଅଧିଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe