ଭାୟାକମ୍‌ ୧୮-ଷ୍ଟାର୍‌ ଇଣ୍ଡିଆ ମିଶ୍ରଣ ପାଇଁ ସିସିଆଇରେ ରିଲାଏନ୍ସର ଆବେଦନ

ଭାୟାକମ୍‌ ୧୮-ଷ୍ଟାର୍‌ ଇଣ୍ଡିଆ ମିଶ୍ରଣ ପାଇଁ ସିସିଆଇରେ ରିଲାଏନ୍ସର ଆବେଦନ

Telegraph India

ନୂଆଦିଲ୍ଲୀ: ଭାୟାକମ ୧୮ ଏବଂ ଷ୍ଟାର୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମିଶ୍ରଣକୁ ମଞ୍ଜୁରି ପାଇଁ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ନିକଟରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଆବେଦନ କରିଛି। ଉଲ୍ଲେଖଯୋଗ୍ୟ ଭାୟାକମ୍‌୧୮ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଏକ କମ୍ପାନି ହୋଇଥିବାବେଳେ ଷ୍ଟାର୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମାଲିକାନା ଦ ୱାଲଟ ଡିଜନି କମ୍ପାନି (ଟିଡବ୍ଲ୍ୟୁଡିସି) ନିକଟରେ ରହିଛି। ୮.୫ ବିଲିଅନ ଡଲାର ମୂଲ୍ୟର ଏହି ମିଶ୍ରଣ ପାଇଁ ଗତ ଫେବ୍ରୁଆରିରେ ରାଜିନାମା ହୋଇଥିଲା। ଉକ୍ତ ମିଶ୍ରଣ ଫଳରେ ଭାରତରେ ପ୍ରତିଯୋଗିତା

ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ ବୋଲି ରିଲାଏନ୍ସ ପକ୍ଷରୁ କୁହାଯାଇଛି। ଆମେରିକାର ୱାଲଟ୍‌ ଡିଜନିର ଶତ ପ୍ରତିଶତ ସହାୟକ କମ୍ପାନି ଷ୍ଟାର୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଟିଭି ପ୍ରସାରଣ, ‌ଓଟିଟି ପ୍ଲାଟଫର୍ମ, ଚଳଚ୍ଚିତ୍ର ଆଦି ବ୍ୟବସାୟ କରୁଛି। ଅନ୍ୟପକ୍ଷରେ ଭାୟାକମ୍ ୧୮ ଟିଭି ଚ୍ୟାନେଲ ପ୍ରସାରଣ, ଚଳଚ୍ଚିତ୍ର ପ୍ର‌ଯୋଜନା ଏବଂ ବଣ୍ଟନ ସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଟିଟି ପ୍ଲାଟଫର୍ମ ଉପରେ କାର୍ଯ୍ୟ କରୁଛି। ଏହି ମିଶ୍ରଣ ଫଳରେ ଭାରତରେ ଆମୋଦପ୍ରମୋଦ ଏବଂ ମିଡିଆ କ୍ଷେତ୍ରରେ ସବୁଠୁ ବଡ଼ କମ୍ପାନି ସ୍ଥାପନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe