ଜାନୁଆରି ଶେଷ ପର୍ଯ୍ୟନ୍ତ ରିଲାଏନ୍ସ ଗ୍ରାହକ ପୋର୍ଟିଂ କରିପାରିବେ

Advertisment
ପୁଣି ଅଦାଲତକୁ ଟଣାହେବ ରିଲାଏନ୍ସ

ନୂଆଦିଲ୍ଲୀ: ରିଲାଏନ୍ସ କମ୍ୟୁନିକେସନ୍‌ (ଆର୍‌କମ୍‌) ଯେଉଁସବୁ ସର୍କଲରେ ଏହାର ମୋବାଇଲ ସେବା ବନ୍ଦ କରିଛି ସେସବୁ ସର୍କଲରେ ଗ୍ରାହକଙ୍କୁ ଅଧିକ ମାସେ ପୋର୍ଟିଂ ସୁବିଧା ଯୋଗାଇ ଦେବ। କମ୍ପାନିର ଗ୍ରାହକମାନେ ଅନ୍ୟ କମ୍ପାନିକୁ ପୋର୍ଟିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଟ୍ରାଇ(ଭାରତୀୟ ଟେଲି ନିୟାମକ କର୍ତୃପକ୍ଷ) ନିକଟରେ ଅଭିଯୋଗମାନ ପହଞ୍ଚିବା ପରେ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କମ୍ପାନିକୁ ୟୁନିକ୍‌ ପୋର୍ଟିଂ କୋଡ୍‌(ୟୁପିସି) ସକ୍ରିୟ ରଖିବାକୁ ଟ୍ରାଇ କହିଥିଲା। ଏବେ ଏହାକୁ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe