ବଜାରକୁ ଆସିଲା ‘ରେନୋ ଟ୍ରାଇବର୍‌’

Advertisment
ବଜାରକୁ ଆସିଲା ‘ରେନୋ ଟ୍ରାଇବର୍‌’

ଭୁବନେଶ୍ବର : ନୟାପଲ୍ଲୀ ସ୍ଥିତ ରେନୋ ଭୁବନେଶ୍ବର ସୋ’ରୁମ୍‌ରେ ଆଜି ରେନୋ ଟ୍ରାଇବର୍‌କୁ ଉନ୍ମୋଚନ କରାଯାଇଛି। ଏହାକୁ ଭାରତୀୟ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଟ୍ରାଇବର୍‌ର ଏକ୍ସ ସୋ’ରୁମ୍ ମୁଲ୍ୟ ୪ ଲକ୍ଷ ୯୫ ହଜାର ଟଙ୍କା ରହିଛି। ଚାରିଟି ଟ୍ରିମ୍‌ରେ ଉପଲବ୍ଧ ହେଉଥିବା ଏହି ଗାଡ଼ିରେ ସାତ ଜଣ ବସିବା ପାଇଁ ବ୍ୟବସ୍ଥା ରହିଛି। ଏହାର ବାହାର ପାର୍ଶ୍ବ ବହୁତ ଆକର୍ଷଣୀୟ ହୋଇଥିବା ବେଳେ ଭିତରେ ଅଧିକ ଫାଙ୍କା ସ୍ଥାନ ରହିଛି। ଇଜିଫିକ୍ସ ସିଟ୍, ଏସ୍‌ୟୁଭି ସ୍କିଡ୍‌ ପ୍ଲେଟ୍‌, ଏଲ୍‌ଇଡି ଇନଷ୍ଟ୍ରୁମେଣ୍ଟ୍‌ କ୍ଲଷ୍ଟର୍‌, ଦ୍ବିତୀୟ ଓ ତୃତୀୟ ଧାଡ଼ି ସିଟ୍ ପାଇଁ ଏସି ଭେଣ୍ଟ୍‌ ଭଳି ୩୦ରୁ ଅଧିକ ପ୍ରକାର ସୁବିଧା ଏହି ଗାଡ଼ିରେ ରହିଛି। ନିରାପତ୍ତା ଦୃଷ୍ଟିରୁ ଏଥିରେ ଚାରିଟି ଏୟାରବ୍ୟାଗ୍ ବ୍ୟବହାର କରାଯାଇଛି। ଏକ ଲିଟର ପେଟ୍ରୋଲ୍ ଇଞ୍ଜିନ ବ୍ୟବହାର କରାଯାଇଥିବା ଟ୍ରାଇବର୍‌ ମାଇଲେଜ୍ ଓ ପ୍ରଦର୍ଶନ ଭିତରେ ଉତ୍ତମ ସନ୍ତୁଳନ ପ୍ରଦାନ କରୁଛି। ଏହି ଅବସରରେ ଗର୍ଗସନ୍ ଅଟୋର ଅଧ୍ୟକ୍ଷ ସତୀଶ ଗର୍ଗ, ନିର୍ଦେଶକ ସିଦ୍ଧାର୍ଥ ଗର୍ଗ, ଗର୍ଗ ବେଭରେଜେସ୍‌ର ଏମ୍‌ଡି ବିଜୟ ଗର୍ଗ, ଗୁପ୍ତା ପାୱାରର ଅଧ୍ୟକ୍ଷ ମହେନ୍ଦ୍ର ଗୁପ୍ତା, ଗର୍ଗସନ୍‌ର ଭିପି ରଞ୍ଜନ ମହାପାତ୍ର ଓ ଡିଜିଏମ୍ ଅମୂଲ୍ୟ ରତ୍ନ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe