ଭୁବନେଶ୍ୱର ରେନଲ୍ଟର ନୂଆ ଏସ୍ୟୁଭି କାପ୍ଚର୍ର ବୁକିଙ୍ଗ ଆରମ୍ଭ ହୋଇଛି। ଗ୍ରାହକମାନେ ରେନଲ୍ଟ କାପ୍ଚର୍ ଆପ୍ ଏବଂ େଓ୍ଵବସାଇଟ୍ ଜରିଆରେ ୨୫ ହଜାର ଟଙ୍କା ଦେଇ ଏହାର ବୁକିଙ୍ଗ କରିପାରିବେ। କ୍ରସ୍ଓଭର୍ ଡିଏନ୍ଏ ଥିବା ଏହି ଯାନକୁ ରେନଲ୍ଟର ଭାରତ ଏବଂ ବିଶ୍ୱ ଟିମ୍ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। କଂପାନିର ପରିଚାଳନା ନିର୍ଦେଶକ ଏବଂ ସିଇଓ ସୁମିତ ସହଣୀ ନୂଆ କାପ୍ଚର୍ ବିଷୟରେ କହିଛନ୍ତି ଯେ କାପ୍ଚର୍ ହେଉଛି ବିଶ୍ୱ ସ୍ତରରେ ଏକ ସଫଳ ପ୍ରିମିୟମ୍ ଏସ୍ୟୁଭି। ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଏସ୍ୟୁଭି ବଜାରରେ ଆମର ସ୍ଥିତିକୁ କାପ୍ଚର୍ ସୁଦୃଢ଼ କରିବ ବୋଲି ସେ ଅଶା ବ୍ୟକ୍ତ କରିଛନ୍ତି।
ରେନଲ୍ଟ କାପ୍ଚର୍ର ବୁକିଙ୍ଗ ଆରମ୍ଭ
Advertisment
Follow Us