‘ଓମିକ୍ରନ୍‌’ ଆଶଙ୍କା ବାତାବରଣରେ ଅପରିବର୍ତ୍ତିତ ରହିଲା ‘ରେପୋ ରେଟ୍‌’ ଓ ‘ରିଭର୍ସ ରେପୋ ରେଟ୍’

Advertisment
ଶକ୍ତିକାନ୍ତ ଦେଲେ ୨.୧୧ ଲକ୍ଷ କୋଟିର ଚେକ୍‌: ନିର୍ବାଚନ ବର୍ଷରେ ରେକର୍ଡ ଲାଭାଂଶ

Image Courtesy of India Today

ମୁମ୍ବାଇ: ‘ରେପୋ ରେଟ୍‌’ ୪%ରେ ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସି କମିଟି’ର (ଏମ୍‌ପିସି) ସର୍ବସମ୍ମତିକ୍ରମେ ଭୋଟ୍‌ ଦେଇଥିବା କଥା ଆଜି ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍‌’ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ଏହାକୁ ମିଶାଇ କ୍ରମାଗତ ୯ମ ଥର ପାଇଁ ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରହିଛି।

ସେହିପରି, ‘ରିଭର୍ସ ରେପୋ ରେଟ୍‌’ ମଧ୍ୟ ୩.୩୫%ରେ ଅପରିବର୍ତ୍ତିତ ରଖାଯାଇଥିବା କଥା ‘ଏମ୍‌ପିସି’ ବୈଠକ ପରେ ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍‌’ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ‘ମାର୍ଜିନାଲ୍‌ ଷ୍ଟାଡିଙ୍ଗ୍‌ ଫ୍ୟାସିଲିଟି’ (ଏମ୍‌ଏସ୍‌ଏଫ୍‌) ଏବଂ ବ୍ୟାଙ୍କ୍‌ ରେଟ୍‌ ଉପରେ ମଧ୍ୟ ‘ଏମ୍‌ପିସି’ ସ୍ଥିତାବସ୍ଥା ବଜାୟ ରଖିଛି। ଏ ଦୁଇଟିର ହାର ରହିଛି ୪.୨୫%।

publive-image Image Courtesy of Business Today

‘ଭାରତୀୟ ରିଜର୍ଭ ବ୍ୟାଙ୍କ୍‌’ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି, ସ୍ଥାୟୀ ଆଧାରରେ ସୁଧାର ଓ କ୍ରମାଗତ ଅଭିବୃଦ୍ଧି ନିମନ୍ତେ ‘ଏମ୍‌ପିସି’ ଅପରିବର୍ତ୍ତିତ ରଖିବାକୁ ୫:୧ ସଂଖ୍ୟାଗରିଷ୍ଠତାରେ ନିଷ୍ପତ୍ତି ନିଆଯାଇଛି। ୨୦୨୧-୨୨ରେ ପ୍ରକୃତ ‘ଜିଡିପି’ ଅଭିବୃଦ୍ଧି ୯.୫% ଧାର୍ଯ୍ୟ କରାଯାଇଛି। ଚଳିତ ଆର୍ଥିକ ବର୍ଷର ୩ୟ ଚଉଠରେ ‘ଜିଡିପି’ ୬.୬% ଏବଂ ୪ର୍ଥ ଚଉଠରେ ୬% ଥିଲା। ୨୦୨୨-୨୩ ବର୍ଷର ପ୍ରଥମ ଚଉଠରେ ବାସ୍ତବ ‘ଜିଡିପି’ ୧୭.୨% ପାଇଁ ଦର୍ଶାଯାଇଥିବା କରାଯାଇଥିବା ବେଳେ ୨ୟ ଚଉଠରେ ତାହା ୭.୮% ହେବ ବୋଲି ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe