ମୁମ୍ବାଇ,: ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆସନ୍ତା ସପ୍ତାହରେ ଘରୋଇ ଓ ସମବାୟ ବ୍ୟାଙ୍କର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ। ଏହି ଅବସରରେ ସେମାନଙ୍କ ସମସ୍ୟା ସମ୍ପର୍କରେ ଗଭର୍ଣ୍ଣର ଶ୍ରୀ ଦାସ ଅବଗତ ହେବେ ବୋଲି କହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀମାନଙ୍କ ସହ ଆଲୋଚନା ଶେଷ ହୋଇଥିବାବେଳେ ଆଗାମୀ ଦିନରେ ଘରୋଇ ଓ ସମବାୟ ବ୍ୟାଙ୍କ ଅଧିକାରୀମାନଙ୍କ ସହ ଆଲୋଚନା କରାଯିବ ବୋଲି ଶ୍ରୀ ଦାସ ଏକ ଟ୍ବିଟ୍ ବାର୍ତ୍ତାରେ କହିଛନ୍ତି। ସରକାରଙ୍କ ସହିତ ମତଭେଦ ଦେଖାଦେବାରୁ ଉର୍ଜିତ ପଟେଲ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସରକାର ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ଶ୍ରୀ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି।
ଘରୋଇ ବ୍ୟାଙ୍କ ସହ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଆଲୋଚନା
Advertisment
Follow Us