ଭୁବନେଶ୍ୱର: ପେନ୍ସନ୍ର ଉନ୍ନତୀକରଣ, ଆଉ ଏକ ପେନ୍ସନ୍ ବିକଳ୍ପ ପ୍ରଦାନ କରିବା ଓ ୨୦୧୨ ପରେ ନିଯୁକ୍ତ ହୋଇଥିବା କର୍ମଚାରୀମାନଙ୍କୁ ଅତିରିକ୍ତ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଯୋଜନାରେ ସାମିଲ କରିବା ଆଦି ବିଭିନ୍ନ ଦାବି ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ରିଜର୍ଭ ବ୍ୟାଙ୍କ ଅଫିସର୍ସ୍ ଆଣ୍ଡ୍ ଏମ୍ପ୍ଲଇଜ୍ ପକ୍ଷରୁ ରାଜଧାନୀରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ସଂଗଠନ, ରିଜର୍ଭ ବ୍ୟାଙ୍କ ଓ୍ଵାର୍କର୍ସ ୟୁନିଅନ୍, ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘ, ରିଜର୍ଭ ବ୍ୟାଙ୍କ ଅଧିକାରୀ ସଂଗଠନ ଓ ସର୍ବଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକାରୀ ସଂଗଠନର ସଦସ୍ୟମାନେ ସାମିଲ ହୋଇଥିଲେ। ଯଦି ସରକାର ଦାବିଗୁଡ଼ିକ ନମାନିବେ ତେବେ ମେ’ ମାସରେ ଦୁଇ ଦିିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କର୍ମଚାରୀମାନେ ଧମକ ଦେଇଛନ୍ତି। ଦୀର୍ଘ ୧୦ ବର୍ଷ ହେଲାଣି ରିଜର୍ଭ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀମାନେ ଏହି ଦାବିଗୁଡ଼ିକୁ ଦୋହରାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us