ରିଜର୍ଭ ବ୍ୟାଙ୍କ ବୁଲେଟିନ୍‌: ଭାରତରେ ମାନ୍ଦାବସ୍ଥା ଦେଖାଦେବନି

Advertisment
ରିଜର୍ଭ ବ୍ୟାଙ୍କ ବୁଲେଟିନ୍‌: ଭାରତରେ ମାନ୍ଦାବସ୍ଥା ଦେଖାଦେବନି

ନୂଆଦିଲ୍ଲୀ: ବିଶ୍ବ ଅର୍ଥନୀତି ଭଳି ଭାରତର ଅବସ୍ଥା ଖରାପ ହେବନି। ଭାରତରେ ମାନ୍ଦାବସ୍ଥା ଦେଖାଦେବନି। ୨୦୨୨-୨୩ରେ ଯେଉଁ ହାରର ଅଭିବୃଦ୍ଧି ହୋଇଥିଲା ତାହା ଆଗକୁ ବଜାୟ ରହିବ ବୋଲି ରିଜର୍ଭ ବ୍ୟାଙ୍କର ଏକ ନିବନ୍ଧରେ କୁହାଯାଇଛି। ରିଜର୍ଭ ବ୍ୟାଙ୍କର ମାର୍ଚ୍ଚ ମାସ ବୁଲେଟିନ୍‌ରେ ପ୍ରକାଶ ପାଇଥିବା ଏକ ନିବନ୍ଧରେ କୁହାଯାଇଛି ଯେ ସ୍ଥିତି ଯେତେ ଖରାପ ହେଲେ ବି ଭାରତୀୟ ଅର୍ଥନୀତି ଦୃଢ଼ ରହିବ। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ତଥା ଓଡ଼ିଆ ଅଧିକାରୀ ମାଇକେଲ୍ ଦେବବ୍ରତ ପାତ୍ର ଏହି ନିବନ୍ଧ ରଚନା କରିଛନ୍ତି।

ଗତ ଫେବ୍ରୁଆରିରେ ଭାରତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍‌ଓ) ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି ଯେ ବିଶ୍ବର ବହୁ ଦେଶ ତୁଳନାରେ ଭାରତୀୟ ଅର୍ଥନୀତି ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି। ଦେଶ ଭିତରେ ଥିବା ଚାହିଦାକୁ ନେଇ ଭାରତ ଆଗକୁ ବଢ଼ୁଛି। ଏହା ବେଶ ସ୍ଥିର ରହିଛି। ବିଶ୍ବର ବହୁ ଦେଶ ଲାଗି ଅନେକ ଆହ୍ବାନ ସୃଷ୍ଟି ହୋଇଥିବା ବେଳେ ଭାରତକୁ ତାହା ବିଶେଷ ପ୍ରଭାବିତ କରୁନାହିଁ। କିନ୍ତୁ, ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ହ୍ରାସ ପାଇବା ସହ ମାନ୍ଦାବସ୍ଥା ଦେଖାଦେଇପାରେ ବୋଲି ଅନୁମାନ କରାଯାଉଛି।

ମାଇକେଲ୍‌ ଲେଖିଛନ୍ତି ଯେ ୨୦୨୨-୨୩ରେ ଜିଡିପି ପରିମାଣ ୧୫୯.୭ ଲକ୍ଷ କୋଟି ଟଙ୍କା ହେବା ପରେ ୨୦୨୩-୨୩ରେ ୧୭୦.୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ଏହା ହେଉଛି ଏକ ସହଜ ଗଣିତ। ଆମେ ଭାରତୀୟ ଅର୍ଥନୀତିକୁ ନେଇ ବେଶ ଆଶାବାଦୀ ବୋଲି ସେ ଲେଖିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୭% ଏବଂ ୨୦୨୩-୨୪ରେ ତାହା ୬-୬.୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe