ଆର୍ଥିକ ସ୍ଥିତି ଉପରେ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡର ଆଲୋଚନା

Advertisment
ସୁଧ ବୃଦ୍ଧି ଧାରା ଅଟକିଲା, ଋଣଗ୍ରହୀତା ଆଶ୍ବସ୍ତ

India Today

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡର ୬୦୧ତମ ବୈଠକ ଶୁକ୍ରବାର ଦିନ ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇଯାଇଛି। ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ‌ବୈଠକରେ ବିଶ୍ବ ସହିତ ଦେଶରେ ଦେଖାଦେଇଥିବା ଆର୍ଥିକ ସ୍ଥିତି ଏବଂ ତତ୍‌ସଂକ୍ରାନ୍ତ ସମସ୍ୟା ସଂପର୍କରେ ଆଲୋଚନା ଏବଂ ସମୀକ୍ଷା ହୋଇଛି।

ଏଥିସହିତ ୨୦୨୨-୨୩ ଆର୍ଥିକବର୍ଷରେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟକ୍ରମ ଉପରେ ବୋର୍ଡ ଆଲୋଚନା କରିବା ସହିତ ୨୦୨୩-୨୪ ଆକାଉଣ୍ଟିଂ ବର୍ଷ ପାଇଁ ବଜେଟକୁ ଅନୁମୋଦନ କରିଛି।

ଆମେରିକା ଏବଂ ୟୁରୋପରେ ବଡ଼ ବଡ଼ ବ୍ୟାଙ୍କ ଭୁଶୁଡ଼ି ପଡ଼ିବା ସହିତ ଫେଡେରାଲ ରିଜର୍ଭ ଓ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ଆଦି ନିକଟରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ସୁଧ ହାର ବୃଦ୍ଧି କରିଛନ୍ତି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଆଜିର ବୈଠକରେ ବୋର୍ଡର ସଦସ୍ୟ ସତୀଶ କେ ମରାଠେ, ସଚିନ ଚତୁର୍ବେଦୀ, ପଙ୍କଜ ରମଣଭାଇ ପଟେଲ ଏବଂ ରବୀନ୍ଦ୍ର ଏଚ୍ ଢୋଲକିଆ ଉପସ୍ଥିତ ଥିଲେ। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମହେଶ କୁମାର ଜୈନ, ମାଇକେଲ ଦେବବ୍ରତ ପାତ୍ର, ଏମ୍ ରାଜେଶ୍ବର ରାଓ, ଟି ରବି ଶଙ୍କର, ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ ଏବଂ ଆର୍ଥିକ ସେବା ବ୍ୟାପାର ବିଭାଗ ସଚିବ ବିବେକ ଯୋଶୀ ବୈଠକରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe