ମିଆଦୀ ଜମା ସୁଧ ନିୟମ ବଦଳାଇଲା ରିଜର୍ଭ ବ୍ୟାଙ୍କ

Advertisment
ଦରଦାମ୍ ବିରୋଧରେ ଲମ୍ବା ଲଢ଼େଇ ଚାଲିବ: ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ମିଆଦୀ ଜମା ବା ଫିକ୍ସଡ ଡିପୋଜିଟ୍ ଉପରେ ସୁଧ ହାର ନିୟମକୁ ବଦଳାଇ ଦେଇଛି। ଏହାଫଳରେ ଯେଉଁ ଅବଧି ପାଇଁ ଆପଣ ବ୍ୟାଙ୍କରେ ଟଙ୍କା ଜମା ରଖିଛନ୍ତି ‌ତାହା ପରେ ଯଦି ଟଙ୍କା ନଉଠାଇବେ ତାହେ‌ଲେ ସେହି ରାଶି ଉପରେ କମ୍ ସୁଧ ମିଳିବ। ସଞ୍ଚୟ ଜମା ଉପରେ ବ୍ୟାଙ୍କ ଗୁଡ଼ିକ ପ୍ରଦାନ କରୁଥିବା ସୁଧ କିମ୍ବା ମିଆଦୀ ଜମା ଉପରେ ମିଳୁଥିବା ସୁଧ (ଯେଉଁଟି କମ୍) ତାହା ଗ୍ରାହକଙ୍କୁ ପ୍ରଦାନ କରାଯିବ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ଶୁକ୍ରବାର ଏକ ସର୍କୁଲାର ଜାରି କରାଯାଇଛି। ନୂଆ ନିୟମ ସବୁ ବାଣିଜ୍ୟିକ ବ୍ୟାଙ୍କ, ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଅର୍ବାନ କୋଅପରେଟିଭ ବ୍ୟାଙ୍କ, ଲୋକାଲ ଏରିଆ ବ୍ୟାଙ୍କ, ଷ୍ଟେଟ କୋଅପରେଟିକ ବ୍ୟାଙ୍କ ଏବଂ ଜିଲ୍ଲା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ଗୁଡ଼ିକ ପାଇଁ ଲାଗୁ ହେବ। ଉଦାହରଣ ସ୍ବରୂପ ଆପଣଙ୍କ ମିଆଦୀ ଜମାର ଅବଧି ଆସନ୍ତା ୧୦ ତାରିଖରେ ଶେଷ ହେବ। ତେଣୁ ଏହି ଅବଧି ପରେ ଆପଣଙ୍କୁ ଟଙ୍କା ଉଠାଇବାକୁ ପଡ଼ିବ। ନଚେତ୍ ଆପଣ କ୍ଷତି ସହିପାରନ୍ତି। ସାଧାରଣତଃ ସଞ୍ଚୟ ଜମା ଉପରେ ବ୍ୟାଙ୍କ ଗୁଡ଼ିକ ମିଆଦୀ ଜମା ତୁଳନାରେ କମ୍ ସୁଧ ଦେଇଥାନ୍ତି। ତେଣୁ ମିଆଦୀ ଜମା ଉପରେ ସଞ୍ଚୟ ଜମା ହାରରେ ସୁଧ ମିଳିବ। ତେଣୁ ମିଆଦୀ ଜମା ଉପରେ ଅଧିକ ସୁଧ ପାଇବା ପାଇଁ ହେଲେ ଅବଧି ସରିବା ପରେ ବ୍ୟାଙ୍କ ଯାଇ ଗ୍ରାହକମାନେ ତାହାର ନବୀକରଣ କରାଇ ନେବା ଆବଶ୍ୟକ। ଅଧିକାଂଶ ବ୍ୟକ୍ତି ମିଆଦୀ ଜମାକୁ ପସନ୍ଦ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe