କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କର କଟକଣା: ନୂଆ କ୍ରେଡିଟ୍ କାର୍ଡ ଜାରି କରିପାରିବ ନାହିଁ

Advertisment

ଅନ୍‌ଲାଇନ୍‌, ମୋବାଇଲ୍‌ ବ୍ୟାଙ୍କିଂରେ ନୂଆ ଗ୍ରାହକ ସାମିଲ କରିପାରିବନି

ଅନ୍‌ଲାଇନ୍‌, ମୋବାଇଲ୍‌ ବ୍ୟାଙ୍କିଂରେ ନୂଆ ଗ୍ରାହକ ସାମିଲ କରିପାରିବନି

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କର କଟକଣା: ନୂଆ କ୍ରେଡିଟ୍ କାର୍ଡ ଜାରି କରିପାରିବ ନାହିଁ

ମୁମ୍ବାଇ: ଘରୋଇ ଆର୍ଥିକ କମ୍ପାନି ‘କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ’ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲାଗୁ କରିଛି। ଅନ୍‌ଲାଇନ୍ ଓ ମୋବାଇଲ୍‌ ବ୍ୟାଙ୍କିଂ ଚାନେଲ୍‌ ଜରିଆରେ ନୂଆ ଗ୍ରାହକଙ୍କୁ ସାମିଲ ନକରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଉକ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ନୂଆ କ୍ରେଡିଟ୍ କାର୍ଡ ଜାରି ନକରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କିଂ ନିୟାମକ ସଂସ୍ଥାର କେତେକ ନିୟମ ପାଳନ କରି ନଥିବାରୁ ଏହି ବ୍ୟାଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ବ୍ୟାଙ୍କ ଏହାର ବର୍ତ୍ତମାନର ଗ୍ରାହକ (କ୍ରେଡିଟ୍ କାର୍ଡ ଗ୍ରାହକଙ୍କ ସମେତ)ଙ୍କୁ ପୂର୍ବବତ୍‌ ସେବା ଯୋଗାଇ ପାରିବ ବୋଲି କୁହାଯାଇଛି। ବ୍ୟାଙ୍କିଂ ରେଗୁଲେସନ ଆଇନ ୧୯୪୯ର ଧାରା ୩୫ଏ ବଳରେ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲଗାତାର ୨୦୨୨ ଓ ୨୦୨୩ ବର୍ଷ ପାଇଁ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କର ସୂଚନା ପ୍ରଯୁକ୍ତି ଯାଞ୍ଚ କରାଯିବା ସମୟରେ ଜଣାଯାଇଛି ଯେ ନିୟମ ପାଳନରେ ବ୍ୟାଙ୍କରେ କେତେକ ଅଭାବ ରହିଛି। ବ୍ୟାଙ୍କ ଉପଯୁକ୍ତ ସମୟରେ ଏହି ନିୟମ ପାଳନ କରିବାରେ ବିଫଳ ହୋଇଛି। ରିଜର୍ଭ ବ୍ୟାଙ୍କ କହିଛି ଯେ ଆଇଟି ଇନ୍‌ଭେଣ୍ଟୋରି ମ୍ୟାନେଜ୍‌ମେଣ୍ଟ, ପ୍ୟାଚ୍ ଆଣ୍ଡ୍‌ ଚେଞ୍ଜ୍‌ ମ୍ୟାନେଜମେଣ୍ଟ, ୟୁଜର ଆକ୍ସେସ୍‌ ମ୍ୟାନେଜମେଣ୍ଟ, ଭେଣ୍ଡର ରିସ୍କ ମ୍ୟାନେଜମେଣ୍ଟ, ଡାଟା ସିକ୍ୟୁରିଟି ଏବଂ ଡାଟା ଲିକ୍‌ ରୋକିବା ରଣନୀତି ଓ ଅନ୍ୟାନ୍ୟ କେତେକ କ୍ଷେତ୍ରର ନିୟମ ପାଳନରେ ଗୁରୁତର ଅଭାବ ରହିଛି। ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦୁଇଟି ଯାକ ବର୍ଷରେ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପରବର୍ତ୍ତୀ ଅନୁଧ୍ୟାନରୁ ଜଣାଯାଇଛି ଯେ ସେସବୁକୁ ପାଳନ କରାଯାଇନାହିଁ। ବ୍ୟାଙ୍କର ଆଇଟି ବା ସୂଚନା ପ୍ରଯୁକ୍ତି ବ୍ୟବସ୍ଥା ଯେଭଳି ଦୃଢ଼ ରହିବ ତାହା ଉପରେ ରିଜର୍ଭ ବ୍ୟାଙ୍କ କହି ଆସୁଥିଲେ ମଧ୍ୟ ତାହାର ସ୍ଥିତି ଏହି ବ୍ୟାଙ୍କ୍‌ରେ ସନ୍ତୋଷଜନକ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe