ରିଜର୍ଭ ବ୍ୟାଙ୍କର ଆର୍ଥିକ ବର୍ଷ ବଦଳିବ, ୮ ଦଶନ୍ଧିର ପରମ୍ପରାରେ ପଡ଼ିବ ପୂର୍ଣ୍ଣଚ୍ଛେଦ

Advertisment

ଏବେ ଜୁଲାଇରୁ-ଜୁନ୍ ରହିଛି ହିସାବବର୍ଷ, ୫୮୨ତମ କେନ୍ଦ୍ରୀୟ ବୋର୍ଡ ବୈଠକରେ ସୁପାରିସ

ଏବେ ଜୁଲାଇରୁ-ଜୁନ୍ ରହିଛି ହିସାବବର୍ଷ, ୫୮୨ତମ କେନ୍ଦ୍ରୀୟ ବୋର୍ଡ ବୈଠକରେ ସୁପାରିସ

ରିଜର୍ଭ ବ୍ୟାଙ୍କ ରିପୋର୍ଟ: ମହାମାରୀ ପରେ ରାଜ୍ୟଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି

Moneycontrol

ମୁମ୍ବାଇ: ଦେଶରେ ଆର୍ଥିକ ବର୍ଷ ଏପ୍ରିଲରୁ ଆରମ୍ଭ ହୋଇ ମାର୍ଚ୍ଚରେ ଶେଷ ହୋଇଥାଏ। କିନ୍ତୁ ରିଜର୍ଭ ବ୍ୟାଙ୍କ କ୍ଷେତ୍ରରେ ଆର୍ଥିକ ବର୍ଷ ଜୁଲାଇରୁ ଆରମ୍ଭ ହୋଇ ଜୁନ୍‌ରେ ଶେଷ ହୋଇଥାଏ। ଦେଶରେ ଗୋଟିଏ ଆର୍ଥିକ ବର୍ଷ ପ୍ରଚଳନ ପାଇଁ ରିଜର୍ଭ ବ୍ୟାଙ୍କର ଆର୍ଥିକ ବର୍ଷକୁ ବଦଳାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ବୋର୍ଡ‌ ନିଷ୍ପତ୍ତି ନେଇଛି। ବ୍ୟାଙ୍କର ୫୮୨ତମ କେନ୍ଦ୍ରୀୟ ବୋର୍ଡ ବୈଠକରେ ଏନେଇ ସୁପାରିସ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଉକ୍ତ ସୁପାରିସକୁ ସରକାର ଯଦି ଗ୍ରହଣ କରନ୍ତି ତା’ହେଲେ ଦୀର୍ଘ ୮ ଦଶନ୍ଧି ଧରି ଚାଲି ଆସିଥିବା ରିଜର୍ଭ ବ୍ୟାଙ୍କର ଆର୍ଥିକ ବର୍ଷର ଆରମ୍ଭ ଓ ଶେଷ ବଦଳିଯିବ।

୧୯୩୫ ଏପ୍ରିଲରେ ରିଜର୍ଭ ବ୍ୟାଙ୍କ ସ୍ଥାପନ ହୋଇଥିଲା। ତେବେ ସେହି ସମୟରେ ରିଜର୍ଭ ବ୍ୟାଙ୍କର ହିସାବ ବର୍ଷ କ୍ୟାଲେଣ୍ଡର ବର୍ଷ ଭଳି ଜାନୁଆରିରୁ ଆରମ୍ଭ ହୋଇ ଡିସେମ୍ବରରେ ଶେଷ ହେଉଥିଲା। କିନ୍ତୁ ୨୦୪୦ ମାର୍ଚ୍ଚରେ ରିଜର୍ଭ ବ୍ୟାଙ୍କର ହିସାବବର୍ଷ ବା ଆର୍ଥିକବର୍ଷକୁ ଜୁଲାଇ-ଜୁନ୍‌କୁ ବଦଳାଇ ଦିଆଯାଇଥିଲା। ଆର୍ଥିକ ବର୍ଷ ଶେଷ ହେବା ପରେ ରିଜର୍ଭ ବ୍ୟାଙ୍କର ଆୟବ୍ୟୟ ହିସାବଫର୍ଦ୍ଦ ପ୍ରାୟତଃ ଅଗଷ୍ଟରେ ପ୍ରସ୍ତୁତ ହୋଇଥାଏ। ଏହାର ଫାଇଦା ନେଇ ସରକାର ଅନ୍ତରୀଣ ଲାଭାଂଶ ବାବଦରେ ଅର୍ଥ ଆଣିଥାନ୍ତି। ଆର୍ଥିକ ବର୍ଷରେ ଥିବା ଏହି ଅସଙ୍ଗତିକୁ ଦୂର କରିବା ପାଇଁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଲ ଜଲାନଙ୍କ ନେତୃତ୍ବରେ ଗଠିତ ବିଶେଷଜ୍ଞ କମିଟି ଆର୍ଥିକବର୍ଷ ପରିବର୍ତ୍ତନ ପାଇଁ ସୁପାରିସ କରିଥିଲା। ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ହେଲେ ରିଜର୍ଭ ବ୍ୟାଙ୍କକୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୯ ମାସର ହିସାବଫର୍ଦ୍ଦ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଜଣେ ଅଧିକାରୀ ମତ ଦେଇଛନ୍ତି। ଏହା ଜୁଲାଇ ୨୦୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୧ରେ ସରିବ। ଏହାପରେ ୨୦୨୧ ଏପ୍ରିଲରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe