ପେଟିଏମ୍‌କୁ ରିଜର୍ଭ ବ୍ୟାଙ୍କ ଝଟ୍‌କା: ନୂଆ ଅନଲାଇନ୍‌ ବ୍ୟବସାୟୀଙ୍କୁ ସାମିଲ କରିପାରିବନି

Advertisment

୧୨୦ ଦିନ ଭିତରେ ପୁଣିଥରେ ଆବେଦନ କରିବ

୧୨୦ ଦିନ ଭିତରେ ପୁଣିଥରେ ଆବେଦନ କରିବ

ପେଟିଏମ୍‌କୁ ରିଜର୍ଭ ବ୍ୟାଙ୍କ ଝଟ୍‌କା: ନୂଆ ଅନଲାଇନ୍‌ ବ୍ୟବସାୟୀଙ୍କୁ ସାମିଲ କରିପାରିବନି

ମୁମ୍ବାଇ: ଡିଜିଟାଲ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନି ପେଟିଏମ୍‌କୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ଝଟ୍‌କା ଲାଗିଛି। ଅନଲାଇନ୍‌ ରିଟେଲରମାନଙ୍କୁ ପେମେଣ୍ଟ ଏଗ୍ରିଗେଟର ସେବା ପ୍ରଦାନ ପାଇଁ ପେଟିଏମ୍‌ ଯେଉଁ ଅନୁମତି ମାଗିଥିଲା ତାହାକୁ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାଖ୍ୟାନ କରିଦେଇଛି। କମ୍ପାନି ରିଜର୍ଭ ବ୍ୟାଙ୍କର ଏପ୍ରକାର ନିଷ୍ପତ୍ତି ସଂପର୍କରେ ଷ୍ଟକ ମାର୍କେଟକୁ ସୂଚନା ଦେଇଛି। ତେବେ ୧୨୦ ଦିନ ଭିତରେ ଏଥିପାଇଁ ପୁଣିଥରେ ଆବେଦନ କରିବା ସୁଯୋଗ ପେଟିଏମ୍‌ ନିକଟରେ ରହିଛି। ଏହି ସମୟ ମଧ୍ୟରେ କମ୍ପାନି କୌଣସି ନୂଆ ଅନଲାଇନ ବ୍ୟବସାୟୀଙ୍କୁ ତା ନେଟୱର୍କରେ ସାମିଲ କରିପାରିବ ନାହିଁ।

ଆମେ ଅଧିକ ଅଫଲାଇନ ରିଟେଲରଙ୍କୁ ଆମ ନେଟୱର୍କରେ ସାମିଲ କରିପାରିବୁ। ସେମାନଙ୍କ ପାଇଁ ଅଲ-ଇନ-ୱାନ କ୍ୟୁଆର, ସ୍ୟାଣ୍ଡବକ୍ସ, କାର୍ଡ ମେସିନ୍ ଆଦି ପେମେଣ୍ଟର ବିକଳ୍ପ ସୁବିଧା ଯୋଗାଇ ଦେଇପାରିବୁ। ସେହିଭଳି ବର୍ତ୍ତମାନ ଅନଲାଇନ ରିଟେଲରମାନଙ୍କ ପାଇଁ ମଧ୍ୟ ସେବାରେ କୌଣସି ପରିବର୍ତ୍ତନ ହେବନାହିଁ। ‌ତେଣୁ ପେ‌ଟିଏମ୍‌ ପେମେଣ୍ଟ୍‌ସ ସର୍ଭିସେସ୍‌ ଲିମିଟେଡର ବ୍ୟବସାୟ ଅବ୍ୟାହତ ରହିବ। କମ୍ପାନି ଏହାର ବର୍ତ୍ତମାନର ଅନଲାଇନ ବ୍ୟବସାୟୀଙ୍କ ସହିତ ବ୍ୟବସାୟ କରିପାରିବାକୁ ଥିବାରୁ ଏହାର ବ୍ୟବସାୟିକ ଲାଭ ଲକ୍ଷ୍ୟରେ ସେତେଟା କିଛି ପ୍ରଭାବ ପଡ଼ିବ ନାହିଁ। ସେହିଭଳି ଡିଭାଇସ କିମ୍ବା ଅଫଲାଇନ ପେମେଣ୍ଟ ନେଟୱର୍କ ବୃଦ୍ଧିରେ ମଧ୍ୟ କୌଣସି ଅସୁବିଧା ରହିବ ନାହିଁ। କେବଳ ନୂଆ ଅନଲାଇନ ମର୍ଚ୍ଚାଣ୍ଟଙ୍କୁ ସାମିଲ କରାଯାଇ ପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିବାରୁ ବ୍ୟବସାୟ କିମ୍ବା ରାଜସ୍ବ ଉପରେ ସେତେଟା ପ୍ରଭାବ ପଡ଼ିବ ନାହିଁ ବୋଲି କମ୍ପାନି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe