Image Courtesy of Reuters
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ‘ମନିଟାରି ପଲିସି କମିଟି’ (ଏମ୍ପିସି) ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ ରଖିଥିବା ବେଳେ ଆବଶ୍ୟକ ସମୟ ପର୍ଯ୍ୟନ୍ତ ‘ଆକୋମୋଡେଟିଭ୍ ଷ୍ଟାନ୍ସ୍’ ବଜାୟ ରଖିବ ବୋଲି ଶୁକ୍ରବାର ଦିନ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ଅନ୍ୟୂନ ଚଳିତ ଆର୍ଥିକ ବର୍ଷ କିଂବା ଆସନ୍ତାବର୍ଷ ପର୍ଯ୍ୟନ୍ତ ‘ଆକୋମୋଡେଟିଭ୍ ଷ୍ଟାନ୍ସ୍’ ବଳବତ୍ତର ରହିବ ବୋଲି ସେ କହିଛନ୍ତି।
ଶ୍ରୀ ଦାସ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଛଡ଼ା, ତିନୋଟି ‘ରିଭର୍ସ ରେପୋ ରେଟ୍’ ମଧ୍ୟ ୩.୩୫%ରେ ଅପରିବର୍ତ୍ତିତ ରଖାଯାଇଥିବା କଥା ସେ କହିଛନ୍ତି।
Image Courtesy of Zee Businessଅଭିବୃଦ୍ଧିରେ ସହାୟତା କରିବା ନିମନ୍ତେ ୨୦୨୦ ମାର୍ଚ ଶେଷ ଭାଗରୁ କେନ୍ଦ୍ରୀୟ ବ୍ୟାଙ୍କ୍ ରେପୋ ରେଟ୍ ୧୧୫ ବେସିସ୍ ପଏଣ୍ଟ୍ ହ୍ରାସ କରିଛି। ଏହାକୁ ମିଶାଇ କ୍ରମାଗତ ୪ର୍ଥ ଥର ନିମନ୍ତେ ‘ପଲିସି ରେଟ୍’ ଅପରିବର୍ତ୍ତିତ ରଖିବାକୁ ‘ଏମ୍ପିସି’ ନିଷ୍ପତ୍ତି ଗ୍ରହଣ କରିଛି।
ଶେଷ ଥର ନିମନ୍ତେ ୨୦୨୦ ମେ’ରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତା’ର ‘ପଲିସି ରେଟ୍’ ସଂଶୋଧନ କରିଥିଲା। ଏଥିରେ ଚାହିଦା ବୃଦ୍ଧି କରିବା ନିମନ୍ତେ ଏଥିରେ ସୁଧହାର ରେକର୍ଡ ସ୍ତରକୁ ହ୍ରାସ ପାଇଥିଲା।
ଆର୍ଥିକ ବର୍ଷ ୨୨ରେ ଅଭିବୃଦ୍ଧି ହାର ୧୦.୫% ରହିବ ବୋଲି ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ୍ ଆକଳନ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ କହିଛନ୍ତି ଯେ, ମୁଦ୍ରାସ୍ଫିତି ୬% ତଳକୁ ହ୍ରାସ ପାଇଛି।
Follow Us