ରିଜର୍ଭ ବ୍ୟାଙ୍କ ଅଧୀନକୁ ଆସିବ ସମବାୟ ବ୍ୟାଙ୍କ, ସଂସଦରେ ବିଲ୍ ପାସ୍

Advertisment
ବଡ଼ କାରବାର ପାଇଁ ଦରକାର ପଡ଼ିବ ୨୦ ଅଙ୍କ ନମ୍ବର

ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ପରିସୀମା ମଧ୍ୟକୁ ଆଣିବା ଲାଗି ବ୍ୟାଙ୍କିଙ୍ଗ୍‌ ନିୟାମକ ନିୟମରେ ଯେଉଁ ସଂଶୋଧନ କରାଯାଇଥିଲା ତାହା ସଂସଦରେ ଗୃହୀତ ହୋଇଛି। ସମବାୟ ବ୍ୟାଙ୍କର ଜମାକାରୀଙ୍କ ସ୍ବାର୍ଥ ରକ୍ଷା କରିବା ଲାଗି ବ୍ୟାଙ୍କିଙ୍ଗ୍‌ ନିୟମରେ ସଂଶୋଧନ କରାଯାଇଥିଲା। ପିଏମ୍‌ସି ବ୍ୟାଙ୍କ ଜାଲିଆତି ଲୋକଲୋଚନକୁ ଆସିବା ପରେ ସମବାୟ ବ୍ୟାଙ୍କର ପରିଚାଳନାରେ ରହିଥିବା ଦୁର୍ବଳତା ଜଣାପଡ଼ିିଥିଲା। ସେଥିପାଇଁ ସେଗୁଡ଼ିକର ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଗତ ଜୁନ୍ ୨୬ରେ ଏନେଇ ଏକ ଅଧ୍ୟାଦେଶ ଜାରି କରାଯାଇଥିଲା। ତାହାକୁ ବ୍ୟାଙ୍କିଙ୍ଗ୍‌ ନିୟାମକ (ସଂଶୋଧନ) ବିଲ୍‌, ୨୦୨୦ରେ ପରିଣତ କରି ସଂସଦରେ ଉପସ୍ଥାପନ କରାଯାଇଥିଲା। ରାଜ୍ୟସଭାରେ ବାଚନିକ ଭୋଟ୍‌ରେ ବିଲ୍‌ ଗୃହୀତ ହୋଇଛି। ଚଳିତ ମାସ ୧୬ରେ ଏହା ଲୋକସଭାରେ ପାସ୍ ହୋଇଥିଲା।

ସମବାୟ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କ ଦ୍ବାରା ପରିଚାଳିତ ହେବା ପରେ ସେଗୁଡ଼ିକର ପରିଚାଳନାରେ ରହିଥିବା ତ୍ରୁଟିରେ ସୁଧାର ହୋଇପାରିବ। ପରିଚାଳନାରେ ପେସାଦାର ମନୋବୃତ୍ତି ଆସିବ, ବ୍ୟାଙ୍କଗୁଡ଼ିକ ପାଶ୍ଠି ହାସଲ କରିପାରିବେ ଓ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇପାରିବ। ଏହି ବିଲ୍ ସମ୍ପର୍କରେ ହୋଇଥିବା ବିତର୍କରେ ଅଂଶଗ୍ରହଣ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜମାକାରୀମାନଙ୍କ ସ୍ବାର୍ଥ ରକ୍ଷା କରିବା ଲାଗି ବିଲ୍‌ରେ ସଂଶୋଧନ କରାଯାଇଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କେବଳ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଦାନ କରୁଥିବା ସମବାୟ ସଂସ୍ଥାଗୁଡ଼ିକ ଉପରେ ଏହି ନିୟମ ଲାଗୁ ହେବ। କରୋନା ମହାମାରୀ ସମୟରେ ଅନେକ ସମବାୟ ବ୍ୟାଙ୍କର ସ୍ଥିତି ବିଗିଡ଼ିଛି। ସେଗୁଡ଼ିକ ଉପରେ ରିଜର୍ଭ ବ୍ୟାଙ୍କ ତୀକ୍ଷ୍‌ଣ ନଜର ରଖିଛନ୍ତି। ୟେସ୍‌ ବ୍ୟାଙ୍କର ଉଦାହରଣ ଦେଇ ସେ କହିଥିଲେ ଯେ ତାହା ବାଣିଜ୍ୟିକ ବ୍ୟାଙ୍କ ନିୟମ ଅଧୀନରେ ପରିଚାଳିତ ହେଉଥିବାରୁ ତ୍ବରିତ ସମାଧାନ ବାଟ ବାହାରିଥିଲା। ମାତ୍ର ପିଏମ୍‌ସି ବ୍ୟାଙ୍କ କ୍ଷେତ୍ରରେ ସମାଧାନ ପନ୍ଥା ବାହାର କରିବାକୁ ସମୟ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe