ମୁମ୍ବାଇ: ବ୍ୟାଙ୍କ ଶାଖାରେ ବିଭିନ୍ନ ଆର୍ଥିକ ଉତ୍ପାଦର ବ୍ୟାପକ ମିସ୍ ସେଲିଂକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗମ୍ଭୀରତା ସହ ନେଇଛନ୍ତି। ମିସ୍ ସେଲିଂ ପ୍ରମାଣିତ ହେଲେ ଗ୍ରାହକଙ୍କୁ ବ୍ୟାଙ୍କ କ୍ଷତିପୂରଣ ଦେବେ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି। ଆସନ୍ତା ଜୁଲାଇ ୧ରୁ ଏହି ନିୟମ ଲାଗୁ ହେବ। ସବୁ ବାଣିଜ୍ୟିକ ବ୍ୟାଙ୍କ, ସ୍ମଲ ଫାଇନାନ୍ସ ବ୍ୟାଙ୍କ, ପେମେଣ୍ଟ୍ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଓ ସ୍ଥାନୀୟ ବ୍ୟାଙ୍କରେ ନିୟମକୁ ଲାଗୁ କରାଯିବ। ବ୍ୟାଙ୍କ ଶାଖାରେ ବୀମା, ମ୍ୟୁଚୁଆଲ ଫଣ୍ଡ୍ ଭଳି ଆର୍ଥିକ ଉତ୍ପାଦର ବ୍ୟାପକ ମିସ୍-ସେଲିଂ ହେଉଛି।
ମିସ୍-ସେଲିଂର ଅର୍ଥ ହେଉଛି କୌଣସି ଗ୍ରାହକଙ୍କ ପାଇଁ ଆବଶ୍ୟକ କିମ୍ବା ଉପଯୁକ୍ତ ନଥିବା ଆର୍ଥିକ ଉତ୍ପାଦ ତାଙ୍କୁ ବିଭିନ୍ନ କୌଶଳ ବ୍ୟବହାର କରି ବିକ୍ରି କରିବା। ଗ୍ରାହକଙ୍କୁ ବିଭ୍ରାନ୍ତ କରି, ମିଛ ସୂଚନା ଓ ପ୍ରତିଶ୍ରୁତି ଦେଇ କିମ୍ବା ତାଙ୍କ ଅନୁମତି ବିନା ଉତ୍ପାଦ ବିକ୍ରି କରିବାକୁ ମିସ୍ ସେଲିଂ କୁହାଯାଉଛି। ଏଥିରେ ବ୍ୟାଙ୍କ ଲାଭବାନ ହେଉଥିବା ବେଳେ ଗ୍ରାହକ କିନ୍ତୁ ଅଯଥା ଆର୍ଥିକ ବୋଝ ସହିବାକୁ ପଡ଼ୁଛି। ଯେଉଁ ଉତ୍ପାଦ ଦରକାର ନାହିଁ ସେଥିପାଇଁ ସେମାନେ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ମିସ୍-ସେଲିଂ ସମସ୍ୟାର ମୁକାବିଲା କରିବା ଲାଗି ଏକ ବ୍ୟାପକ ନୀତି ପ୍ରସ୍ତୁତ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।
ଆହୁରି ପଢ଼ନ୍ତୁ: Dead: କଳାହାଣ୍ଡିର ବାପ ଛେଉଣ୍ଡ ଯୁବକଙ୍କ ହ୍ରାଇଦ୍ରାବାଦରେ ମୃତ୍ୟୁ, ବେସାହାରା ହୋଇଗଲେ ମା’
ବ୍ୟାଙ୍କ ଭିତରେ ଅନ୍ୟାନ୍ୟ ଆର୍ଥିକ ଉତ୍ପାଦ ବିକ୍ରି କରୁଥିବା କର୍ମଚାରୀମାନେ ଯେଭଳି ବ୍ୟାଙ୍କ କର୍ମଚାରୀଙ୍କଠାରୁ ଭିନ୍ନ ଦେଖାଯିବେ ତାହା ନିଶ୍ଚିତ କରିବାକୁ କୁହାଯାଇଛି। ଡାଇରେକ୍ଟ ସେଲିଂ ଏଜେଣ୍ଟ ଓ ଡାଇରେକ୍ଟ ମାର୍କେଟିଂ ଏଜେଣ୍ଟମାନଙ୍କ ତାଲିକା ୱେବସାଇଟ୍ରେ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କଗୁଡ଼ିକ ନିଜ ଉତ୍ପାଦ ସହିତ ତୃତୀୟ ପକ୍ଷ ସଂସ୍ଥାର ଉତ୍ପାଦକୁ ମିଶାଇ ବିକ୍ରି କରିପାରିବେ ନାହିଁ। ତୃତୀୟ ପକ୍ଷ ସଂସ୍ଥାର ଉତ୍ପାଦକୁ ନିଜର ବୋଲି କହିପାରିବେ ନାହିଁ। ଗ୍ରାହକଙ୍କୁ କେବଳ ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୬ଟା ଭିତରେ କଲ୍ କରିପାରିବେ। ଉତ୍ପାଦ ବିକ୍ରି କରିବାର ୩୦ ଦିନ ଭିତରେ ଗ୍ରାହକଙ୍କ ମତାମତ ଲୋଡ଼ିବାକୁ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/07/oijkpArCR5xPqEvK8eQ5.jpg)