କମିଟି ଗଠନ କଲା ରିଜର୍ଭ ବ୍ୟାଙ୍କ

Advertisment
କମିଟି ଗଠନ କଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ପିଏନ୍‌ବି ଠକେଇ ମାମଲା ପଦାକୁ ଆସିବା ପରେ ଏକ କମିଟି ଗଠନ କରିଛି। ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦେଶକ ବୋର୍ଡର ପୂର୍ବତନ ସଦସ୍ୟ ଓ୍ଵାଇ. ଏଚ୍‌. ମାଲେଗାମ୍‌ଙ୍କ ନେତୃତ୍ୱରେ ୫ଜଣିଆ କମିଟି ଗଠନ ହୋଇଛି। ଠକେଇର କାରଣ, ଠକେଇକୁ କିଭଳି ରୋକାଯାଇ ପାରିବ ସମେତ ସ୍ୱିଫ୍ଟ ବ୍ୟବସ୍ଥାକୁ କିଭଳି ସୁଦୃଢ଼ କରାଯାଇ ପାରିବ ତାହା ଉପରେ କମିଟି ପରାମର୍ଶ ଦେବ। କମିଟିର ଅନ୍ୟ ସମସ୍ୟମାନେ ହେଲେ କେନ୍ଦ୍ରୀୟ ନିର୍ଦେଶକ ବୋର୍ଡର ସଦସ୍ୟ ଭାରତ ଦୋସି, ସେବିର ପୂର୍ବତନ ପୂର୍ଣ୍ଣକାଳୀନ ସଦସ୍ୟ ଏସ୍‌. ରମଣ, ରିଜର୍ଭ ବ୍ୟାଙ୍କ ଇନ୍‌ଫର୍ମେସନ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର ସିଇଓ ନନ୍ଦକୁମାର ସରବଦେ, ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଏ. କେ. ମିଶ୍ର। ଶ୍ରୀ ମିଶ୍ର କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe