ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣରେ ଥିବା ବିଭିନ୍ନ ବଜାରର କାରବାର ସମୟକୁ ବୃଦ୍ଧି କରାଯାଇଛି। ସରକାରୀ ପ୍ରତିଭୂତି, କର୍ପୋରେଟ ବଣ୍ଡ୍, କମର୍ସିଆଲ ପେପର, ସାର୍ଟିଫିକେଟ ଅଫ୍ ଡିପୋଜିଟ୍ ଓ ମୁଦ୍ରା ବିନିମୟ ବଜାରର କାରବାର ଅବଧିକୁ ବୃଦ୍ଧି ହୋଇଛି। ମୁଦ୍ରା ବଜାର ପୂର୍ବାହ୍ନ ୯ଟାରୁ ଖୋଲିବ ଏବଂ ଅପରାହ୍ନ ୫ଟାରେ ବନ୍ଦ ହେବ। ପୂର୍ବରୁ ଏହି ବଜାରଗୁଡ଼ିକରେ କାରବାର ଅପରାହ୍ନ ୩ଟା ୩୦ ସୁଦ୍ଧା ବନ୍ଦ ହୋଇଯାଉଥିଲା। ତେବେ ସରକାରୀ ସିକ୍ୟୁରିଟିରେ ମାର୍କେଟ୍ ରେପୋ ବଜାର ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରିତ ସବୁ ବଜାରରେ କାରବାର ପୂର୍ବାହ୍ନ ୯ଟାରୁ ଆରମ୍ଭ ହେବ।
ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରିତ ବଜାର ଅଧିକ ସମୟ ଖୋଲାରହିବ
Advertisment
Follow Us