ମୁମ୍ବାଇ: ଐତିହାସିକ ଦୁର୍ବଳ ସ୍ତରରେ ପହଞ୍ଚିଯାଇଥିବା ଟଙ୍କା ସ୍ଥିତିରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କକୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଆହୁରି ଖରାପ ସ୍ଥିତି ଆଡ଼କୁ ଯିବା ପୂର୍ବରୁ ରିଜର୍ଭ ବ୍ୟାଙ୍କର ସମୟୋଚିତ ପଦକ୍ଷେପ ବଳରେ ଗୁରୁବାର ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର ଘଟିଛି। ଆଜି ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ହେବାର କିଛି ସମୟ ପରେ ଗତକାଲିର ୯୦ ଟଙ୍କା ୧୫ ପଇସା ବନ୍ଦ ତୁଳନାରେ ଟଙ୍କା ମୂଲ୍ୟ ଆହୁରି ଦୁର୍ବଳ ହୋଇ ୯୦ ଟଙ୍କା ୪୨ ପଇସା ଆଡ଼କୁ ଅଗ୍ରସର ହୋଇଥିଲା। ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ ଯୋଗୁଁ କାରବାର ବନ୍ଦ ବେଳକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୯ ଟଙ୍କା ୯୬ ପଇସାକୁ ସୁଧୁରିଥିଲା। ରିଜର୍ଭ ବ୍ୟାଙ୍କ ତରଫରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ବିପୁଳ ପରିମାଣର ଡଲାର କ୍ରୟ କରୁଛନ୍ତି। 

Advertisment

TRAI : ଭାରତ ବିଶ୍ବରେ ସବୁଠାରୁ ଦ୍ରୁତ ଗତିରେ ୫ଜି ସେବା ଲାଗୁ କରିଛି : ଟ୍ରାଇ ଅଧ୍ୟକ୍ଷ

ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ଲଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରିବା, ଅନ୍ତର୍ଜାତୀୟ ବଜାର‌ରେ ଅଶୋଧିତ ତୈଳ ମହଙ୍ଗା ହେବା ଏବଂ ଭାରତ-ଆମେରିକା ବାଣିଜ୍ୟ ରାଜିନାମା ବିଳମ୍ବ ହେଉଥିବାରୁ ଟଙ୍କା ଦୁର୍ବଳ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନର ସ୍ଥିତି ଯାହା ରହିଛି ଯଦି ତାହା ଆଉ କିଛି ଦିନ ଲାଗି ରହିବ ତେବେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧୦୦ ଟଙ୍କାରେ ପହଞ୍ଚିଯିବା କିଛି ଅସମ୍ଭବ ନୁହେଁ ବୋଲି କୁହାଯାଉଛି। ବୁଧବାର ବିଦେଶୀ ନିବେଶକମାନେ ଭାରତରୁ ୩୨୦୬ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ୍ ପିଛା ଦାମ୍ ୬୨.୮୧ ଡଲରକୁ ବୃଦ୍ଧି ପାଇଛି। 

Indian Railways: ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ନବୀକରଣ

ଦୁର୍ବଳ ଟଙ୍କା ଦେଶରେ ଦରଦାମ୍‌ ବିରୋଧରେ ଚାଲିଥିବା ଲଢ଼େଇକୁ ଦୁର୍ବଳ କରିଦେବ ଓ ବହୁ ଜିନିଷର ଦାମ୍ ବଢ଼ିଯିବ ବୋଲି ଆଶଙ୍କା କରାଯାଉଥିବା ବେଳେ ତାହାକୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ ଖଣ୍ଡନ କରିଥିଲେ। କିନ୍ତୁ ଆମଦାନୀ ଉପରେ ନିର୍ଭରଶୀଳ ଥିବା କ୍ଷେତ୍ର ଯଥା ଇଲେକ୍ଟ୍ରୋନିକ୍ସ, ପେଟ୍ରୋଲିୟମ, ଗହଣା ଓ ରତ୍ନପଥର କ୍ଷେତ୍ରକୁ ଏହା ପ୍ରଭାବିତ କରିବ ବୋଲି ସେ କହିଥିଲେ।