ତେଲ ଦର ବୃଦ୍ଧିର ପ୍ରଭାବ ଅନୁଧ୍ୟାନ କରିବ ରିଜର୍ଭ ବ୍ୟାଙ୍କ

Advertisment
ତେଲ ଦର ବୃଦ୍ଧିର ପ୍ରଭାବ ଅନୁଧ୍ୟାନ କରିବ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ବଜେଟରେ ଉତ୍ପାଦନ ଶୁଳ୍କ ଏବଂ ସରଚାର୍ଜ ବୃଦ୍ଧି କାରଣରୁ ପ‌େଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ଅଢ଼େଇ ଟଙ୍କା ବୃଦ୍ଧି ପାଇଛି। ‌ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିର ପ୍ରଭାବ ମୁଦ୍ରାସ୍ଫୀତି ଉପରେ କ’ଣ ରହିବ ତାହାର ଅନୁଧ୍ୟାନ ରିଜର୍ଭ ବ୍ୟାଙ୍କର ଆଭ୍ୟନ୍ତରୀଣ କମିଟି କରିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡର ୫୭୭ତମ ବୈଠକ ଅବସରରେ ଶ୍ରୀ ଦାସ କହିଛନ୍ତି, ଅଗଷ୍ଟ ପ୍ରଥମ ସପ୍ତାହରେ ମୁଦ୍ରା ନୀତି କମିଟିର ବୈଠକ ହେବ। ଆଭର ଆଭ୍ୟନ୍ତରୀଣ ଗବେଷଣା ଟିମ୍ ଏହାର ଆକଳନ କରିବ। ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ପ୍ରଭାବ ଗୋଟିଏ ଦିନରେ ମୁଦ୍ରାସ୍ଫୀତି ଉପରେ ପ୍ରତିଫଳିତ ହେବନାହିଁ। ଏଥିପାଇଁ ସମୟ ଆବଶ୍ୟକ ବୋଲି ଶ୍ରୀ ଦାସ କହିଛନ୍ତି। ବଜେଟ୍ ପରେ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡର ଏହା ପାରମ୍ପରିକ ବୈଠକ ଥିଲା। ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେଇ ବଜେଟରେ ନିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ବୋର୍ଡକୁ ଅବଗତ କରାଇଥିଲେ। ଏହି ବୈଠକରେ ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ସଚିବ ଅତନୁ ଚକ୍ରବର୍ତ୍ତୀ, ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ ପ୍ରମୁଖ ଯୋଗ ଦେଇଥିଲେ। ବୋର୍ଡକୁ ଅର୍ଥମନ୍ତ୍ରୀ ସମ୍ବୋଧନ କରିବା ପୂର୍ବରୁ ବୋର୍ଡ ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତିର ସମୀକ୍ଷା କରିଥିଲା। ଗଭର୍ଣ୍ଣର ଶ୍ରୀ ଦାସ ଏହି ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ଡେପୁଟି ଗଭର୍ଣ୍ଣର ଏବଂ ବୋର୍ଡର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe