ରିଜର୍ଭ ବ୍ୟାଙ୍କ ଦେବ ୨.୫ ଲକ୍ଷ କୋଟି: ଭର୍ତ୍ତି ହୋଇଯିବ ସରକାରଙ୍କ ଭଣ୍ଡାର

Advertisment

ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ମୋଟା ଅଙ୍କର ଲାଭାଂଶ ପ୍ରଦାନ କରିବ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କୁ ଅଢ଼େଇ ଲକ୍ଷ‌ କୋଟି ଟଙ୍କା ଦେଇପାରେ ବୋଲି ଆକଳନ କରାଯାଇଛି। ଗତଥର ତୁଳନାରେ ଏକ ପଞ୍ଚମାଂଶ ଅଧିକ ଲାଭାଂଶ ଦେବ ରିଜର୍ଭ ବ୍ୟାଙ୍କ।

ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ମୋଟା ଅଙ୍କର ଲାଭାଂଶ ପ୍ରଦାନ କରିବ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କୁ ଅଢ଼େଇ ଲକ୍ଷ‌ କୋଟି ଟଙ୍କା ଦେଇପାରେ ବୋଲି ଆକଳନ କରାଯାଇଛି। ଗତଥର ତୁଳନାରେ ଏକ ପଞ୍ଚମାଂଶ ଅଧିକ ଲାଭାଂଶ ଦେବ ରିଜର୍ଭ ବ୍ୟାଙ୍କ।

ୟୁରୋପ ସୁଧ କମାଇବା ପରେ ରିଜର୍ଭ ବ୍ୟାଙ୍କ ଉପରେ ଆଖି

ନୂଆଦିଲ୍ଲୀ: ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ମୋଟା ଅଙ୍କର ଲାଭାଂଶ ପ୍ରଦାନ କରିବ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କୁ ଅଢ଼େଇ ଲକ୍ଷ‌ କୋଟି ଟଙ୍କା ଦେଇପାରେ ବୋଲି ଆକଳନ କରାଯାଇଛି। ଗତଥର ତୁଳନାରେ ଏକ ପଞ୍ଚମାଂଶ ଅଧିକ ଲାଭାଂଶ ଦେବ ରିଜର୍ଭ ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କର ହେଉଥିବା ଲାଭର କିଛି ଅଂଶକୁ ଏହା ପ୍ରତିବର୍ଷ ସରକାରଙ୍କୁ ଲାଭାଂଶ ଆକାରରେ ପ୍ରଦାନ କରୁଛି। ଗତ କିଛି ବର୍ଷ ହେଲାଣି ରିଜର୍ଭ ବ୍ୟାଙ୍କର ଲାଭାଂଶ ସରକାରଙ୍କ ଆର୍ଥିକ ଗଣିତକୁ ସଜାଡ଼ିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବିକାଶମୂଳକ କାର୍ଯ୍ୟ ଓ କଲ୍ୟାଣକାରୀ ଯୋଜନା ଲାଗୁ କରିବା ପାଇଁ ସରକାରଙ୍କୁ ଆଉ ବିପୁଳ ଋଣ କରିବାକୁ ପଡ଼ୁନାହିଁ। 

ବିତ୍ତୀୟ ନିଅଣ୍ଟକୁ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ଏହା ସହାୟକ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ୨.୧ ଲକ୍ଷ କୋଟି ଟଙ୍କା ଲାଭାଂଶ ଦେଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ଟଙ୍କା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ବିପୁଳ ଆମେରିକୀୟ ଡଲାର ବିକ୍ରି କରି ସେଥିରୁ ଆୟ କରିଛି। ବ୍ୟାଙ୍କଗୁଡ଼ିକୁ ଦେଇଥିବା ଋଣ ଉପରେ ସୁଧ ପାଇଛି। ଏଥର ରୋଜଗାର ଅଧିକ ହୋଇଥିବାରୁ ଲାଭାଂଶ ପରିମାଣ ଅଢ଼େଇ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ରିଜର୍ଭ ବ୍ୟାଙ୍କରୁ ୨.୨ ଲକ୍ଷ କୋଟି ଟଙ୍କାର ଲାଭାଂଶ ମିଳିବା ସମ୍ଭାବନା ରହିଛି ବୋଲି ସରକାର ବଜେଟ୍‌ରେ ଆକଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe