ଡିଜିଟାଲ୍ ଋଣ ଆପ୍‌ ତାଲିକା ଜାରି କରିବ ରିଜର୍ଭ ବ୍ୟାଙ୍କ

Advertisment
ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରିତ ବଜାର ଅଧିକ ସମୟ ଖୋଲାରହିବ

ନୂଆଦିଲ୍ଲୀ : ଡିଜିଟାଲ୍ ମାଧ୍ୟମରେ ଋଣ ଦେଇ ଲୋକମାନଙ୍କୁ ଶୋଷଣ କରୁଥିବା ବେଆଇନ ଆପ୍‌ଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ଲାଗି କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ସ୍ଥିର ହୋଇଛି ଯେ ଆଇନସିଦ୍ଧ ଡିଜିଟାଲ ଋଣ ଆପ୍‌କୁ ନେଇ ରିଜର୍ଭ ବ୍ୟାଙ୍କ ଏକ ତାଲିକା ପ୍ରସ୍ତୁତ କରିବ। କେବଳ ସେହି ଆପ୍‌ଗୁଡ଼ିକ ଯେଭଳି ପ୍ଲେଷ୍ଟୋରରେ ଉପଲବ୍ଧ ରହିବ ତାହା ନିଶ୍ଚିତ କରିବା ଲାଗି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ କାମ କରିବ।

ଅଚଳ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥାଗୁଡ଼ିକର କାରବାରକୁ ସମୀକ୍ଷା କରି ସେଗୁଡ଼ିକର ପଞ୍ଜୀକରଣକୁ ରଦ୍ଦ କରିବା ଦିଗରେ ରିଜର୍ଭ ବ୍ୟାଙ୍କ କାମ କରିବ। ସବୁ ପେମେଣ୍ଟ ଏଗ୍ରିଗ୍ରେଟର ସଂସ୍ଥାର ପଞ୍ଜୀକରଣକୁ ମଧ୍ୟ ଏହା ନିଶ୍ଚିତ କରିବ। ବେଆଇନ ଋଣ ଆପ୍‌ ଉପରେ ଅଙ୍କୁଶ ଲଗାଇବା ଲାଗି କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ଜାଲ୍ କଂପାନିଗୁଡ଼ିକୁ ଚିହ୍ନଟ କରିବ ଏବଂ ସେମାନଙ୍କ ପଞ୍ଜୀକରଣ ବାତିଲ କରିବ। ଏହା ବ୍ୟତୀତ ଲୋକମାନଙ୍କ ମଧ୍ୟରେ ସାଇବର ଠକେଇକୁ ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe