ନୂଆଦିଲ୍ଲୀ: ସାଇପ୍ରସ୍ରେ ଭାରତୀୟମାନଙ୍କୁ ପୁଞ୍ଜିନିବେଶ ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ସେଠାରେ ପ୍ରତିଷ୍ଠିତ ରିଅଲ ଇଷ୍ଟେଟ ଗ୍ରୁପ୍ ଆରିଷ୍ଟୋ ଡେଭଲପର୍ସ ଦ୍ୱାରା ଭାରତର ଅଗ୍ରଣୀ ସମ୍ପତ୍ତି ପରାମର୍ଶଦାତା ରେସିଡେନ୍ସି ଓଭରସିଜ୍କୁ ଭାରତୀୟ ପ୍ରତିନିଧି ରୂପେ ନିଯୁକ୍ତି ଦିଆଯାଇଛି। ଆରିଷ୍ଟୋ ଡେଭଲପର୍ସର ଜେନେରାଲ ମ୍ୟାନେଜର (ଚୀନ୍ ଓ ଏସିଆ) ତାସସ୍ ଷ୍ଟାଭରଭ କହିଥିଲେ ଯେ ୟୁରୋପୀୟ ସଂଘରେ ସାଇପ୍ରସ୍ ଏକ ଅତ୍ୟନ୍ତ ସୁରକ୍ଷିତ ଦେଶ। ଏଠାରେ ପୁଞ୍ଜିନିବେଶ କରିବା ଲାଗି ଭାରତୀୟଙ୍କ ପାଇଁ ଯଥେଷ୍ଟ ସୁଯୋଗ ରହିଛି। ରେସିଡେନ୍ସି ଓଭରସିଜ୍ର ସିଇଓ ତଥା ଏମ୍ଡି ରାହୁଲ ମେହେଟ୍ଟା କହିଥିଲେ ଭାରତରେ ଆରିଷ୍ଟୋ ଡେଭଲପର୍ସର ସମସ୍ତ କାର୍ଯ୍ୟର ପରିଚାଳନା ଓ ପ୍ରତିନିଧିତ୍ୱ ରେସିଡେନ୍ସି ଓଭରସିଜ୍ କରିବ। ଦୁଇ ସଂସ୍ଥା ମଧ୍ୟରେ ଏଥିପାଇଁ ୩ ବର୍ଷ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।
ରେସିଡେନ୍ସି ଓଭରସିଜ୍କୁ ପ୍ରତିନିଧି ନିଯୁକ୍ତ କଲା ସାଇପ୍ରସ୍ର ଆରିଷ୍ଟୋ ଡେଭଲପର୍ସ
Advertisment
Follow Us