ଗ୍ରାହକଙ୍କ ସମସ୍ୟା ତୁରନ୍ତ ସମାଧାନ କର, ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ କହିଲେ ମନ୍ତ୍ରୀ

Advertisment
ବିମଳାଗଡ଼ ପାର୍ଶ୍ବରୁ ଆରମ୍ଭ ହୋଇନି କାମ: ରେଳ ମନ୍ତ୍ରୀ

Zee Business

ନୂଆଦିଲ୍ଲୀ : ଗ୍ରାହକଙ୍କ ଉପରେ ଗୁରୁତ୍ବ ଦେବା ଓ ସେମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର କର୍ମଚାରୀଙ୍କୁ କହିଛନ୍ତି। କ୍ଷତିରେ ଚାଲୁଥିବା କଂପାନିର ଭାଗ୍ୟ ବଦଳାଇବା ଲାଗି ଏଭଳି କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

କର୍ମଚାରୀମାନଙ୍କୁ ଭରସା ଦେଇ ସେ କହିଛନ୍ତି ଯେ ମୁଁ ଆପଣମାନଙ୍କ ସହିତ ଅଛି। ପ୍ରଧାନମନ୍ତ୍ରୀ ଆପଣମାନଙ୍କ ସହିତ ଅଛନ୍ତି। ଆମକୁ ଏବେ ଗ୍ରାହକଙ୍କ ସହିତ ରହିବାକୁ ପଡ଼ିବ। ପ୍ରତି ଗ୍ରାହକ ହେଉଛନ୍ତି ଭଗବାନ ଓ ପ୍ରତି ଗ୍ରାହକ ହେଉଛନ୍ତି ରାଜା। ସେମାନେ ଯେଉଁ ସମସ୍ୟା ସାମ୍ନା କରୁଛନ୍ତି ତାହା ଆମର ସମସ୍ୟା ହେବା ଦରକାର ଓ ତାହାର ସମାଧାନ ତୁରନ୍ତ ହେବା ଦରକାର ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ୧.୬୪ ଲକ୍ଷ କୋଟି ଟଙ୍କାର ବିଏସ୍‌ଏନ୍‌ଏଲ୍‌ ପୁନରୁଦ୍ଧାର ପ୍ୟାକେଜ୍‌କୁ ମଞ୍ଜୁରି ପ୍ରଦାନ କରିଛନ୍ତି। ‌କଂପାନିକୁ ଦୃଢ଼ କରିବା ଲାଗି କଂପାନିର ସମସ୍ତଙ୍କୁ ଉତ୍ତରଦାୟୀ ରହିବାକୁ ହେବ ବୋଲି ସରକାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe