ଗ୍ରାହକଙ୍କ ସମସ୍ୟାର ଶୀଘ୍ର ସମାଧାନ କର: ବୀମା ଲୋକପାଳ

Advertisment
ଗ୍ରାହକଙ୍କ ସମସ୍ୟାର ଶୀଘ୍ର ସମାଧାନ କର: ବୀମା ଲୋକପାଳ

ଭୁବନେଶ୍ବର: ଗ୍ରାହକମାନେ ଯେଉଁ ଆପତ୍ତି ଅଭିଯୋଗ କରୁଛନ୍ତି ତାହାକୁ ତୁରନ୍ତ ବିଚାରକୁ ନେଇ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ରାଜ୍ୟର ବୀମା ଲୋକପାଳ ମନୋଜ ପରିଡ଼ା ବୀମା କଂପାନିଗୁଡ଼ିକୁ କହିଛନ୍ତି। ଆଜି ପାନ୍ଥ ନିବାସରେ ବୀମା ଲୋକପାଳ ଦିବସ ପାଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ ବୀମା ଧାରକ କିମ୍ବା ତାଙ୍କ ଉତ୍ତରାଧିକାରୀ ଆଇନଜୀବୀଙ୍କ ସହାୟତା ନନେଇ ବିନା ମୂଲ୍ୟରେ ନିଜ ଅଭିଯୋଗ ବୀମା ଲୋକପାଳଙ୍କ ପାଖରେ ଦାଖଲ କରିପାରିବେ। ସେହି ଅଭିଯୋଗଗୁଡ଼ିକୁ ୯୦ ଦିନ ଭିତରେ ସମାଧାନ କରିବାର ବ୍ୟବସ୍ଥା ରହିଥିବା ବେଳେ ଓଡ଼ିଶା ବୀମା ଲୋକପାଳ ‌ନିର୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ସମସ୍ୟାଗୁଡ଼ିକର ସମାଧାନ କରୁଛନ୍ତି। ବୀମା ‌ଲୋକପାଳଙ୍କ ନିର୍ଦ୍ଦେଶକୁ ବୀମା କଂପାନିଗୁଡ଼ିକ ବାଧ୍ୟ। ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବା ଲାଗି ନିର୍ଦ୍ଦେଶ ଦେବାକୁ ଭାରତ ସରକାର ବୀମା ଲୋକପାଳଙ୍କୁ କ୍ଷମତା ପ୍ରଦାନ କରିଛନ୍ତି।

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ବୀମା ନିୟନ୍ତ୍ରକଙ୍କ ଉପଦେଷ୍ଟା ବିଭୁ ପ୍ରସାଦ ଆଚାର୍ଯ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କର ଲୋକପାଳ ଏନ୍ ମୋହନା, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଅଭୟ ଯୋଗ ଦେଇଥିଲେ। ବୀମା କ୍ଷେତ୍ରର ପ୍ରସାର ଓ ବୀମା ଲୋକପାଳ କାର୍ଯ୍ୟାବଳୀ ସମ୍ପର୍କରେ ଅଧିକ ପ୍ରଚାର ପ୍ରସାର କରିବା ଉପରେ ଶ୍ରୀ ଆଚାର୍ଯ୍ୟ ଜୋର ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୀବନ ବୀମା ଭୁବନେଶ୍ବର ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ମନୋରଞ୍ଜନ ଦାସ, ବୀମା ଲୋକପାଳ କାର୍ଯ୍ୟାଳୟର ସଚିବ ଅଜୟ କୁମାର ଦାସ ଓ ବିରୁପାକ୍ଷ ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥାର ବାଳିକାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe