ଖାଇବା ତେଲ ମହଜୁଦ ଉପରେ ଲାଗିଲା କଟକଣା

Advertisment
ଖାଇବା ତେଲର ମାନ ଯାଞ୍ଚ ପାଇଁ ସ୍ବତନ୍ତ୍ର ଅଭିଯାନ: ରାଜ୍ୟବ୍ୟାପୀ ସଂଗ୍ରହ ହେବ ତେଲ ନମୁନା

Image Courtesy of National Herald

ନୂଆଦିଲ୍ଲୀ : ଦେଶରେ ଖାଇବା ତେଲ ଦର ବୃଦ୍ଧି ଘଟୁଛି। ଏହାର ମୂଲ୍ୟ ନିୟନ୍ତ୍ରଣ ପାଇଁ ସରକାର ଖାଇବା ତେଲ ଏବଂ ତୈଳବୀଜ ମହଦୁଜ ଉପରେ କଟକଣା ଜାରି କରିଛନ୍ତି। ଉଭୟ ବ୍ୟବସାୟୀ ଏବଂ ପ୍ରକ୍ରିୟାକରଣ କରୁ୍‌ଥିବା ସଂସ୍ଥାଗୁଡ଼ିକ ପାଇଁ କଟକଣା ନିୟମ କାର୍ଯ୍ୟକାରୀ ହେବ। ଖୁଚୁରା ବ୍ୟବସାୟୀଙ୍କ ପାଇଁ ଖାଇବା ତେଲ ମହଜୁଦ ରାଶି ୩ ଟିନ୍ ରଖାଯାଇଛି। ତେବେ ପାଇକାରୀ ବ୍ୟବସାୟୀଙ୍କ ପାଇଁ ଉକ୍ତ ସୀମା ୫୦ ଟନ୍ ରହିଛି। ଜୁନ୍ ୩୦ ପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ହେବ। ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧି ଫଳରେ ଭାରତରେ ଖାଇବା ତେଲ ଦର ବଢ଼ିଛି। ଭାରତ ମୁଖ୍ୟତଃ ଇଣ୍ଡୋନେସିଆ ଓ ମାଲେସିଆରୁ ତାଳତେଲ ଆମଦାନା କରିଥାଏ। ଆର୍ଜେଣ୍ଟିନା ଓ ବ୍ରାଜିଲରୁ ସୋୟା ତେଲ ଏବଂ ରୁଷିଆ ଓ ୟୁକ୍ରେନରୁ ସୂର୍ଯ୍ୟମୁଖୀ ତେଲ ଆମଦାନି କରିଥାଏ। ଭାରତ ବିଶ୍ବର ସର୍ବବୃହତ୍ ଖାଇବାତେଲ ଆମଦାନିକାରୀ ରାଷ୍ଟ୍ର। ଅନ୍ତର୍ଜାତୀୟ ବଜାରରେ ଏହାର ଦରବୃଦ୍ଧି ଫଳରେ ଭାରତ ଉପରେ ଏହାର ପ୍ରଭାବ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe