ବିମାନ ଟିକଟ ଉପରୁ ହଟିଲା କଟକଣା: ଅଗଷ୍ଟ ୩୧ ପରେ ଦାମ୍ କମିବ

Advertisment
ଦୁବାଇକୁ ସିଧା ଉଡ଼ିବ ବିମାନ

Image Courtesy of India Today

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ୨୦୨୦ ମେ’ ୧ ତାରିଖରେ ବିମାନ ଟିକଟ ଦାମ୍‌ର ଯେଉଁ ସୀମା ନିର୍ଧାରଣ କରାଯାଇଥିଲା ତାହାକୁ ଅଗଷ୍ଟ ୩୧ରୁ ପ୍ରତ୍ୟାହାର କରାଯିବ ବୋଲି ଆଜି ଘୋଷଣା କରାଯାଇଛି। ଏହି କଟକଣା ହଟିବା ପରେ ବିମାନ ଟିକଟ ଦାମ୍ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଦେଶ ଭିତରେ ବିମାନ ଚଳାଚଳ ସ୍ଥିତି ବିଚାରକୁ ନେଇ ଟିକଟ ଦାମ୍ ଉପରୁ କଟକଣା ହଟାଇବା ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯାତ୍ରୀ ଚାହିଦା ଓ ଇନ୍ଧନ ମୂଲ୍ୟ ବିଚାରକୁ ନେଇ ଅତି ଯତ୍ନର ଟିକଟ ଉପରୁ କଟକଣା ହଟାଇବା ନିଷ୍ପତ୍ତି ନିଆଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ‌ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି।

ଟିକଟ ଦାମ୍‌ରେ ବଡ଼ ଧରଣର ବୃଦ୍ଧିକୁ ରୋକିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଟିକଟର ସର୍ବନିମ୍ନ ମୂଲ୍ୟ ଓ ସର୍ବାଧିକ ମୂଲ୍ୟର ସୀମା ନିର୍ଧାରଣ କରାଯାଇଛି। ଆକାଶରେ ବିମାନ କେତେ ସମୟ ଉଡ଼ୁଛି ତାହା ବିଚାରକୁ ନେଇ ଟିକଟ ଦାମ୍ ଧାର୍ଯ୍ୟ କରାଯାଇଥିଲା। ଏହି କଟକଣା ଯୋଗୁଁ ଯଦିଓ ବିମାନ ଟିକଟ ବୃଦ୍ଧିରୁ ଏକ ପ୍ରକାର ଆଶ୍ବସ୍ତି ମିଳିଥିବା କିନ୍ତୁ ମାନ୍ଦା ସମୟରେ ଅଧିକ ଯାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ଏୟାରଲାଇନ୍ସଗୁଡ଼ିକ ଟିକଟ୍ ଦାମ୍ କମାଇପାରିନଥିଲେ। ସେମାନେ ଯାତ୍ରୀଙ୍କୁ ବଡ଼ ଧରଣର ରିହାତି ଦେଇପାରିନଥିଲେ। ଅଗଷ୍ଟ ୩୧ ପରଠାରୁ ଏୟାରଲାଇନ୍ସଗୁଡ଼ିକ ନିଜ ପାଇଁ ସୁହାଇବା ଭଳି ଟିକଟ ଦାମ୍ ଧାର୍ଯ୍ୟ କରିପାରିବେ। ଯେଉଁ ସଂସ୍ଥାଗୁଡ଼ିକ ଏବେ କ୍ଷତିରେ ଚାଲୁଛି ସେମାନେ ଟିକଟ ଉପରେ ରିହାତି ଦେଇ ଯାତ୍ରୀଙ୍କୁ ହାସଲ କରିପାରିବେ।

ଏବେ ବିମାନ ଚଳାଚଳ କ୍ଷେତ୍ରରେ ମାନ୍ଦା ସମୟ ଚାଲିଥିବା ବେଳେ ଯାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି କଂପାନିଗୁଡ଼ିକ ସଂଘର୍ଷ କରୁଛନ୍ତି। କିଛି ଏୟାରଲାଇନ୍ସ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସେମାନେ ଏହି ସମୟରେ ଟିକଟ ମୂଲ୍ୟ ହ୍ରାସ କରି ଯାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିପାରିବେ ଓ ନିଜ ଆର୍ଥିକ ସ୍ଥିତି ସୁଧାରିବାର ସୁଯୋଗ ପାଇପାରିବେ। ଆଜି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ କୁହାଯାଇଛି ଯେ ଟିକଟ ଦାମ୍ ଉପରୁ କଟକଣା ହଟିଥିଲେ ମଧ୍ୟ ଏୟାରଲାଇନ୍ସ ଓ ବିମାନ ବନ୍ଦର ଅପରେଟରମାନଙ୍କୁ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe