Image Courtesy of NDTV
ନୂଆଦିଲ୍ଲୀ: ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉପରେ ମାର୍ଚ ୩୧ ପର୍ଯ୍ୟନ୍ତ କଟକଣା ବଢ଼ାଇ ଦିଆଯାଇଥିବା କଥା ଶୁକ୍ରବାର ଦିନ ‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ (ଡିଜିସିଏ) ଏକ ବିବୃତିରେ କହିଛି।
୨୦୨୧ ମାର୍ଚ ୩୧ ତାରିଖ ରାତି ୨୩. ୫୯ ପର୍ଯ୍ୟନ୍ତ ଭାରତରୁ ଯାଉଥିବା ଏବଂ ଭାରତକୁ ଆସୁଥିବା ନିୟମିତ ଆନ୍ତର୍ଜାତିକ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିବ ବୋଲି ଏଥିରେ ଉଲ୍ଲେଖ ଅଛି।
Image Courtesy of NDTV୨୦୨୦ ଜୁନ୍ ୨୬ ତାରିଖରେ ‘ଡିଜିସିଏ’ ଏଭଳି କଟଣା ଜାରି କରିଥିଲା। ଉକ୍ତ କଟକଣା ସଂକ୍ରାନ୍ତ ଆଦେଶନାମାକୁ ସାମାନ୍ୟ ସଂଶୋଧନ କରାଯାଇ ଗତକାଲିର କଟକଣା ଜାରି କରାଯାଇଛି। କିନ୍ତୁ, ଏହି କଟକଣା ଆନ୍ତର୍ଜାତିକ ପଣ୍ୟବାହୀ ବିମାନ ଓ ‘ଡିଜିସିଏ’ ଅନୁମୋଦିତ ସ୍ୱତନ୍ତ୍ର ବିମାନ ଚଳାଚଳ ପ୍ରତି ଲାଗୁ ହେବନାହିଁ।
କିନ୍ତୁ, ସ୍ଥଳବିଶେଷରେ କେତେକ ପରିସ୍ଥିତି ପ୍ରତି ଦୃଷ୍ଟି ଦିଆଯାଇ ‘ଡିଜିସିଏ’ଙ୍କ ଅନୁମତିରେ ନିର୍ଦ୍ଧାରିତ ମାର୍ଗରେ ନିୟମିତ ଆନ୍ତର୍ଜାତିକ ବିମାନ ଚଳାଚଳ କରିପାରିବ।
ସ୍ମରଣଯୋଗ୍ୟ, କରୋନାଭାଇରସ୍ ବିସ୍ତାର ରୋକିବା ପ୍ରୟାସରେ ଗତବର୍ଷ ମାର୍ଚ ଶେଷ ଭାଗରେ ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଥିଲା।
Follow Us