ଅନ୍‌ଲାଇନ୍‌ରେ ସାମଗ୍ରୀ ବିକିବେ ଖୁଚୁରା ବ୍ୟବସାୟୀ, ଅକ୍ଟୋବରରେ ଆସିବ ‘ଭାରତଇପୋର୍ଟାଲ’

Advertisment

ନିୟାମକ ଗଠନ ଦାବି କଲା ବ୍ୟବସାୟୀ ସଂଘ

ନିୟାମକ ଗଠନ ଦାବି କଲା ବ୍ୟବସାୟୀ ସଂଘ

ସରକାରଙ୍କ ଟାର୍ଗେଟ୍‌ରେ ଇ-କମର୍ସ କଂପାନି, ଯଦି କିଛି ଭୁଲ୍ କରୁନ ତେବେ ତଦନ୍ତକୁ ଡର କାହିଁକି?

Tweak Your Biz

ନୂଆଦିଲ୍ଲୀ: ସାମଗ୍ରୀ ବିକ୍ରି କ୍ଷେତ୍ରରେ ଆମାଜନ, ଫ୍ଲିପକାର୍ଟ ଭଳି ଇ-କମର୍ସ କମ୍ପାନିଙ୍କୁ ଅଧିକ ସୁବିଧା ସୁଯୋଗ ମିଳୁଛି। ତେଣୁ ଏହା ବିରୋଧରେ ବାରମ୍ବାର ବିଦ୍ରୋହ କରି ଆସୁଥିବା ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଶେଷ‌ରେ ନିଜର ଏକ ଇ-କମର୍ସ ପୋର୍ଟାଲ ଖୋଲିବା ପାଇଁ ଘୋଷଣା କରିଛି। ଆସନ୍ତାମାସରେ ଖୋଲାଯିବାକୁ ଥିବା ଏହି ପୋର୍ଟାଲର ନାମ ଭାରତଇମାର୍କେଟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ସହଯୋଗରେ ସିଏଆଇଟି ଏହି ପ୍ଲାଟଫର୍ମ ଆରମ୍ଭ କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଷ୍ଟାର୍ଟ ଅପ୍ ଇଣ୍ଡିଆ ଆଣ୍ଡ ଇନଭେଷ୍ଟ ଇଣ୍ଡିଆ, ସର୍ବ ଭାରତୀୟ ଖାଉଟି ଉତ୍ପାଦ ବିତରକ ମହାସଂଘ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରୁଥିବା ସଂସ୍ଥା ଅଭନ କ୍ୟାପିଟାଲ ଏହି ପୋର୍ଟାଲ ପାଇଁ ସହଯୋଗ ଯୋଗାଇ ଦେଉଛନ୍ତି। ପ୍ରଥମେ ଗ୍ରୋସରି ସାମଗ୍ରୀରୁ ଏହା ଆରମ୍ଭ ହେବ। ଆଗାମୀ ଦିନରେ ଏହା ଜିଓମାର୍ଟ, ଆମାଜନ, ଫ୍ଲିପକାର୍ଟ, ବିଗ୍‌ବାସ୍କେଟ ଏବଂ ଗ୍ରୋଫର୍ସ ସହିତ ପ୍ରତିଯୋଗିତା କରିବ। ଏହି ପୋର୍ଟାଲ ମାଧ୍ୟମରେ ଗ୍ରାହକଙ୍କୁ ୨ ଘଣ୍ଟାରେ ସାମଗ୍ରୀ ଯୋଗାଇ ଦିଆଯିବା ଯୋଜନା ରହିଛି ବୋଲି ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ ପୂର୍ବରୁ ସୂଚନା ଦେଇଥିଲେ।

ଏଥିସହିତ ସିଏଆଇଯି ରବିବାର ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଇ-କମର୍ସ କ୍ଷେତ୍ର ପାଇଁ ଏକ ନିୟାମକ ସଂସ୍ଥା ଗଠନ କରିବା ଲାଗି ପ୍ରସ୍ତାବ ଦେଇଛି। ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥାଙ୍କ ଉପରେ ଜରିମାନା ଲଗାଇବା ପାଇଁ ‌ଯଥେଷ୍ଟ କ୍ଷମତା ରହିବା ଆବଶ୍ୟକ ବୋଲି ସିଏଆଇଟିର ଜାତୀୟ ସଭାପତି ବି ସି ଭରତିଆ ଓ ମହାସଚିବ ଶ୍ରୀ ଖଣ୍ଡେଲୱାଲ ମିଳିତଭାବେ କହିଛନ୍ତି। ଦେଶରେ ପାଖାପାଖି ୭ କୋଟି ଖୁଚୁରା ବ୍ୟବସାୟୀ ଥିବାରୁ ଏହାକୁ ଠିକ୍‌ ଭାବେ ପରିଚାଳିତ କରିବା ପାଇଁ ଏକ ଉପଯୁକ୍ତ ନୀତିର ଆବଶ୍ୟକତା ରହିଛି। ପୂର୍ବରୁ ମେ ମାସରେ ଭାରତଇମାର୍କେଟ ସଂପର୍କରେ ଘୋଷଣା କରିଥିଲା। ଏଥିସହିତ ପ୍ରୟାଗରାଜ, ଗୋରଖପୁର, ବାରଣାସୀ, ଲକ୍ଷ୍ନୌ, କାନପୁର ଓ ବେଙ୍ଗାଲୁରୁରେ ପ୍ରଥମେ ଏହାର ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ପରେ ଦେଶର ୯୦ ସହରକୁ ସମ୍ପ୍ରସାରିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe