ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ସମୀକ୍ଷା: ଦୈନିକ ଦୁଗ୍ଧ ଉତ୍ପାଦନ ୪୫ହଜାର ଲିଟର ବୃଦ୍ଧି

ଲୋକସେବା ଭବନରେ ମୁଖ୍ୟ ସଚିବ ମନୋଜ ଆହୁଜା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତବର୍ଷ ଏହି ଯୋଜନା ଆରମ୍ଭ କରିଥିଲେ। ପାଞ୍ଚ ବର୍ଷିଆ ଅବଧିର ଏହି ଯୋଜନା ପାଇଁ ୧୪୨୩.୪୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

milk

Frozen Garden

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟ ସଚିବ ମନୋଜ ଆହୁଜା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତବର୍ଷ ଏହି ଯୋଜନା ଆରମ୍ଭ କରିଥିଲେ। ପାଞ୍ଚ ବର୍ଷିଆ ଅବଧିର ଏହି ଯୋଜନା ପାଇଁ ୧୪୨୩.୪୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିରେ ଦୈନିକ ଦୁଗ୍ଧ ଉତ୍ପାଦନ ୬୫ଲକ୍ଷ ଲିଟରରୁ ବଢ଼ାଇ ୫ବର୍ଷ ମଧ୍ୟରେ ୧୩୦ ଲକ୍ଷ ଲିଟର କରିବାକୁ ଲକ୍ଷ୍ୟ ରଖାଯାଇଛି। 

ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ କାମଧେନୁ ଯୋଜନାରେ ୨୦୨୫-୨୬ରେ ଧାର୍ଯ୍ୟ ଲକ୍ଷ୍ୟ ୧୦ ହଜାର ଥିବା ବେଳେ ୨୩,୯୨୯ଟି ଆବେଦନ ଆସିଛି। ସେଥିରୁ ୫,୩୮୫ଟି ଆବେଦନ ମଞ୍ଜୁର ହୋଇଥିବା ବେଳେ ୫୯୬ଟି ସମ୍ପୂର୍ଣ୍ଣ ହୋଇଛି। ଏଥିପାଇଁ ୮.୩୬ କୋଟି ଟଙ୍କାର ସବ୍‌ସିଡି ଦିଆଯାଇଛି। କାମଧେନୁ ଯୋଜନାରେ ୪,୫୩୨ ଗାଈ ପ୍ରଦାନ କରାଯାଇଛି। ଯାହା ଦ୍ୱାରା ଦୈନିକ ଦୁଗ୍ଧ ଉତ୍ପାଦନରେ ଅଧିକ ୪୫,୦୦୦ ଲିଟର ବୃଦ୍ଧି ଘଟିଛି। ୨୦୨୪-୨୫ରେ ମଇଁଷି ଔଦ୍ୟୋଗିକ ବିକାଶ ଯୋଜନାରେ ୫୬୮ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ ୮.୧୫‌ କୋଟି ଟଙ୍କାର ସବ୍‌ସିଡି ଦିଆଯାଇଛି। ୨୦୨୫-୨୬ରେ ୭୫ପ୍ରକଳ୍ପ ମଞ୍ଜୁର ହୋଇଛି। ଏହି ଯୋଜନାରେ ୧୨୬୦ ମଇଁଷି ଦିଆଯାଇଛି ଏବଂ ଦୈନିକ ୧୦,୦୮୦ଲିଟର ଦୁଗ୍ଧ ଉତ୍ପାଦନ ବଢ଼ିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏଥିରେ ୨୦୨୪-୨୫ବର୍ଷରେ ୬୨୬ଆବେଦନକୁ ମଞ୍ଜୁର ମିଳିଛି ଏବଂ ୫,୦୦୮ ପ୍ରାଣୀ ପାଳନ କରାଯିବ। ୨୦୨୫-୨୬ରେ ଆବେଦନ କରିଥିବା ୨୭୨ରୁ୧୪୪ଟି ଆବେଦନ ମଞ୍ଜୁର ହୋଇଛି। ୧୧୫୨ ପ୍ରାଣୀ ପାଳନକୁ ଅନୁମୋଦନ ମିଳିଛି। ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe