ବଜାର ସୁଯୋଗ ହାତେଇବାକୁ ରାଇସ୍‌ ମିଲ୍‌ଙ୍କୁ ଆହ୍ବାନ: ବାଲେଶ୍ବରରେ ଉତ୍ପାଦନ ହେବ ରାଇସ୍‌ ବ୍ରାନ୍ ଅଏଲ୍‌

Advertisment
ବଜାର ସୁଯୋଗ ହାତେଇବାକୁ ରାଇସ୍‌ ମିଲ୍‌ଙ୍କୁ ଆହ୍ବାନ: ବାଲେଶ୍ବରରେ ଉତ୍ପାଦନ ହେବ ରାଇସ୍‌ ବ୍ରାନ୍ ଅଏଲ୍‌

OrissaPOST

ଭୁବନେଶ୍ବର: ପାରମ୍ପରିକ ପଦ୍ଧତିର ବ୍ୟବସାୟ ଜଗତରୁ ବାହାରିବାକୁ ପଡ଼ିବ। କର୍ପୋରେଟ୍ ଢାଞ୍ଚା ଆପଣେଇବାକୁ ହେବ। ଏଥି ସହିତ ବଜାରରେ ଯେଉଁ ସୁଯୋଗ ସୃଷ୍ଟି ହେଉଛି ‌ତ‌‌ାହାକୁ ହାସଲ କରିବା ଲାଗି ଉଦ୍ୟମ କରିବାକୁ ପଡ଼ିବ। ତାହା ହେଲେ ରାଜ୍ୟର ରାଇସ୍‌ ମିଲ୍ ଶିଳ୍ପ ବହୁ ଆଗକୁ ବଢ଼ିପାରିବ ବୋଲି ରାଜ୍ୟ ଶିଳ୍ପ, ଏମ୍ଏସ୍‌ଏମ୍ଇ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ଅଲ୍‌ ଓଡ଼ିଶା ରାଇସ୍‌ ମିଲର୍ସ ଆସୋସିଏସନ (ଏଓଆର୍‌ଏମ୍ଏ) ପକ୍ଷରୁ ଆୟୋଜନ କରାଯାଇଥିବା ଏକ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ କେବଳ ରାଇସ୍‌ ମିଲ୍‌ ହୋଇ କାମ କଲେ ଚଳିତ ନାହିଁ। ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ନିଜର ପରିସୀମାକୁ ବ୍ୟାପକ କରିବା ଲାଗି ସେ ରାଇସ୍‌ ମିଲ୍‌ଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଏଥି ସହିତ ସରକାରଙ୍କ ନୀତି ନିର୍ଧାରଣ ପ୍ରକ୍ରିୟାରେ ଅଂଶୀଦାର ଭାବେ ସାମିଲ ହେବାକୁ ସେ ରାଇସ୍‌ ମିଲ୍‌ଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି।

‘ରାଇସ୍‌ ମିଲ୍‌ ଶିଳ୍ପରେ ଆଧୁନିକୀକରଣ, ବୈଷୟିକ ଉନ୍ନତି ଓ ଚାଉଳର ରପ୍ତାନିର ସମ୍ଭାବନା’ ଶୀର୍ଷକ ସମ୍ମିଳନୀକୁ ସମ୍ବୋଧିତ କରି ଏମ୍ଏସ୍‌ଏମ୍ଇ-ଡିଆଇ କଟକର ପି କେ ଗୁପ୍ତା କହିଛନ୍ତି ଯେ ରାଜ୍ୟରେ ରାଇସ୍‌ ବ୍ରାନ୍ ଅଏଲ୍‌ ଉତ୍ପାଦନ ଲାଗି ଉଦ୍ୟମ କରାଯାଉଛି। ସେଥିପାଇଁ ବାଲେଶ୍ବରରେ ପ୍ରଥମ କମନ ଫାସିଲିଟି ସେଣ୍ଟର ସ୍ଥାପନ କରାଯାଇଛି। ଏହି ଉଦ୍ୟୋଗ ପାଇଁ ସରକାର ୯୦% ପର୍ଯ୍ୟନ୍ତ ସବ୍‌ସିଡି ଦେଉଛନ୍ତି। ପୂର୍ବରୁ ଦିଆଯାଉଥିବା ୨୦ କୋଟି ଟଙ୍କାର ସବ୍‌ସିଡି ରାଶିକୁ ୩୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ରାୟଗଡ଼ା, ବଲାଙ୍ଗୀର, କୋରାପୁଟ ଓ ସମ୍ବଲପୁରରେ ମଧ୍ୟ ଏଭଳି ‌କେନ୍ଦ୍ର ସ୍ଥାପନ କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ, ଶିଳ୍ପ ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ ଟି ବଦ୍ରିନାଥ, ରାଇସ୍‌ ମିଲର୍ସ ସଂଘର ସଭାପତି ମହେଶ ବଂଶଲ, ସାଧାରଣ ସମ୍ପାଦକ ଦୀପକ ରଞ୍ଜନ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe