ଧନୀଙ୍କ ପସନ୍ଦ ପ୍ରାଇଭେଟ୍ ଜେଟ୍: ଯାତାୟାତ ପାଇଁ ବ୍ୟବହାର କରୁଛନ୍ତି, ଅଧିକ ଭଡ଼ା ଗଣିବାକୁ ପଛାଉ ନାହାନ୍ତି

Advertisment
ଭାରତ-ପାକ୍ ମ୍ୟାଚ୍‌ରେ ଶିଳ୍ପପତିଙ୍କ ଭିଡ଼: ୧୫୦ରୁ ଅଧିକ ପ୍ରାଇଭେଟ୍‌ ଜେଟ୍‌ ଆସିଥିଲା ଅହମଦାବାଦ

Conde Nast Traveler

ନୂଆଦିଲ୍ଲୀ: ଗତବର୍ଷ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଧନୀକ ବର୍ଗର ଲୋକମା‌ନଙ୍କ ମଧ୍ୟରେ ପ୍ରାଇଭେଟ୍ ଜେଟ୍‌ ବ୍ୟବହାର ବହୁତ ବଢ଼ିଯାଇଛି। କରୋନା ସଂକ୍ରମଣକୁ ଭୟ କରି ଧନୀମାନେ ବାଣିଜ୍ୟିକ ବିମାନରେ ଯାତ୍ରା କରିବାକୁ ଚାହୁନାହାନ୍ତି। ନିଜର ଓ ନିଜ ପରିବାର ସଦସ୍ୟଙ୍କ ସୁରକ୍ଷିତ ଗମନାଗମନ ଓ ଯାତାୟାତ ଲାଗି ସେମାନେ ଅଧିକ ଟଙ୍କା ଦେଇ ପ୍ରାଇଭେଟ୍ ଜେଟ୍ ବୁକିଙ୍ଗ୍‌ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ଏଭଳି ବିମାନ ସେବା ଯୋଗାଇ ଦେଉଥିବା ସଂସ୍ଥାଗୁଡ଼ିକ ପାଖରେ ଗ୍ରାହକଙ୍କ ଲମ୍ବା ଲାଇନ୍ ଲାଗିଛି। ଉଭୟ ଦେଶ ଭିତରେ ଓ ବିଦେଶକୁ ଯାତ୍ରା କରିବା ଲାଗି ଲୋକମାନେ ପ୍ରାଇଭେଟ୍ ଜେଟ୍ ବ୍ୟବହାର କରୁଛନ୍ତି। ଅଧିକାଂଶ ବ୍ୟକ୍ତି ବ୍ୟବସାୟ କାମରେ ବାହାରକୁ ଯାଉଛନ୍ତି। ଅନେକ ଗ୍ରାହକ ପ୍ରଥମ ଥର ଲାଗି ପ୍ରାଇଭେଟ୍ ଜେଟ୍ ବୁକିଂ କରୁଛନ୍ତି ବୋଲି କ୍ଲବ୍‌ ୱାନ୍ ଏୟାରର ସିଇଓ ରାଜନ ମେହରା କହିଛନ୍ତି।

ଗତବର୍ଷ ଜୁଲାଇ ପରଠାରୁ ଚାର୍ଟର ବିମାନ ଉଡ଼ାଣ ସଂଖ୍ୟା ପ୍ରତି ମାସରେ ବଢ଼ୁଛି ବୋଲି ସେ କହିଛନ୍ତି। କରୋନା ମହାମାରୀ ପୂର୍ବରୁ ଧନୀକ ଶ୍ରେଣୀର ବ୍ୟକ୍ତିମାନେ ଦେଶ ଭିତରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ଲାଗି ପ୍ରାଇଭେଟ୍‌ ଜେଟ୍‌ ବ୍ୟବହାର କରୁଥିଲେ। ବିଦେଶ ଯିବା ଲାଗି ବାଣିଜ୍ୟିକ ବିମାନରେ ଟିକଟ କାଟୁଥିଲେ। ଏବେ କିନ୍ତୁ ଉଭୟ ଦେଶ ଓ ବିଦେଶରେ ଯାତ୍ରା କରିବା ଲାଗି ସେମାନେ ପ୍ରାଇଭେଟ୍ ଜେଟ୍‌ ବୁକିଙ୍ଗ୍‌ କରୁଛନ୍ତି। ନିଜର ସୁରକ୍ଷା ଲାଗି ସେମାନେ ଅଧିକ ଅର୍ଥ ଦେବାକୁ ପ୍ରସ୍ତୁତ ଅଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ପ୍ରାଇଭେଟ୍ ଜେଟ୍ ଉଡ଼ାଣରେ ୭୧.୮% ବୃଦ୍ଧି ‌ହୋଇଛି। ଜେଟ୍‌ ସେଟ୍‌ ଗୋ ଆଭିଏସନ୍‌ର ସିଇଓ କନିକା ତେକ୍ରିୱାଲ୍‌ କହିଛନ୍ତି ଯେ ଆମ ପାଖକୁ ଆସୁଥିବା ବୁକିଂ ମଧଞରୁ ୨୦% ଛାତ୍ରଛାତ୍ରୀ ସମ୍ପର୍କିତ ରହୁଛି। ବିଦେଶରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନେ ‌ସ୍ବଦେଶ ଫେରିବା ଲାଗି ସେମାନଙ୍କ ଅଭିଭାବକମାନେ ପ୍ରାଇଭେଟ୍‌ ଜେଟ୍‌ ବୁକିଙ୍ଗ୍‌ କରୁଛନ୍ତି। ସେହିପରି ୨୫% ଲୋକ ବ୍ୟବସାୟ କାମରେ ବାହାରକୁ ଯାଉଥିବା ବେଳେ ୭୫% ଗ୍ରାହକ ପ୍ରଥମ ଥର ଲାଗି ଜେଟ୍ ବୁକିଙ୍ଗ୍‌ କରୁଛନ୍ତି। ଅଧିକାଂଶ ଜରୁରୀକାଳୀନ ମେଡିକାଲ୍‌ ସ୍ଥିତିକୁ ନଜରରେ ରଖି ପ୍ରାଇଭେଟ୍‌ ଜେଟ୍‌ ବୁକିଙ୍ଗ୍‌ କରୁଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe