ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କମ୍ପାନିର ବାର୍ଷିକ ସାଧାରଣ ସଭା (ଏଜିଏମ୍) ଆଜି ଅର୍ଥାତ୍ ୨୯ ଅଗଷ୍ଟରେ ଅନୁଷ୍ଠିତ ହୋଇଛି। ଏହା ହେଉଛି କମ୍ପାନିର ୪୭ତମ ଏଜିଏମ୍ ।

Advertisment

ରିଲାଏନ୍ସ ତା୍ର ବାର୍ଷିକ ସାଧାରଣ ସଭାରେ ବଡ଼ ଘୋଷଣା କରିଛି। ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନି  ଜିଓ ଏଆଇ ସହିତ ଜଡ଼ିତ ଅନେକ ସେବାର ଲଞ୍ଚ କରିଛନ୍ତି। ଯେଉଁଥିରେ ଜିଓ ଏଆଇ କ୍ଲାଉଡ ପ୍ରମୁଖ ରହିଛି। ଏହି କ୍ରମରେ ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶ ଅମ୍ବାନି ବି  ଜିଓ ଟିଭି ଓଏସର ଲଞ୍ଚ କରି କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି।

ଉପଭୋକ୍ତାମାନେ ଜିଓ ଟିଭି ଓଏସକୁ ଖୁବଶୀଘ୍ର ଦେଖିବାକୁ ପାଇବେ। କମ୍ପାନି ଏହାକୁ ସେଟ-ଟପ ବକ୍ସରେ ଲଞ୍ଚ କରିଛି। ଅର୍ଥାତ ଏଣିକି ଏହାକୁ ଭିନ୍ନ ଭାବେ ଟିଭିରେ ଦେଖିବାକୁ ମିଳିବ ନାହିଁ।
କମ୍ପାନି ଜିଓ ଟିଭି ପ୍ଲସକୁ ନେଇ  ବି ଅନେକ ସୂଚନା ଦେଇଛି।

କିଛିଦିନ ତଳେ କମ୍ପାନି ଜିଓ ଟିଭି ପ୍ଲସର ଲଞ୍ଚ କରିଥିଲା।  ଯାହାକି ଏକ ଡେଡିକେଟେଡ ଆପ। ପ୍ରଥମେ ଏହି ସେବା କେବଳ ଜିଓ ସେଟଅପ ବକ୍ସରେ ଉପଲବ୍ଧ ଥିଲା। ଏଣିକି ବ୍ୟବହାରକାରୀ ଜିଓ ଟିଭି ପ୍ଲସକୁ ଆପ ଷ୍ଟୋରରୁ ଡାଉନଲୋଡ଼ କରିବା ପାଇଁ ବ୍ୟବହାର କରି ପାରିବେ। ଜିଓ ଟିଭି ପ୍ଲସରେ ବ୍ୟବହାରକାରୀଙ୍କୁ ୮୬୦ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ମିଳିବ। ଏହା ବ୍ୟତୀତ କମ୍ପାନି ଆମାଜନ ପ୍ରାଇମ ଭିଡିଓ, ଡିଜନିପ୍ଲସ ହଟଷ୍ଟାରର ସବୁଧା ଦେଇଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୭ତମ ଏଜିଏମ୍ ବୈଠକରେ ମୁକେଶ ଅମ୍ବାନୀ  ଘୋଷଣା କରି କହିଛନ୍ତି, ‘ଆମେ ଚଳିତ ବର୍ଷ ଦୀପାବଳିରେ ଜିଓ ଏଆଇ କ୍ଲାଉଡ ଅଫର ଲଞ୍ଚ କରିବୁ, ଯାହା ମାଧ୍ୟମରେ ଆମେ ଶକ୍ତିଶାଳୀ ଏବଂ ସୁଲଭ ସମାଧାନ ଆଣିଛୁ ଯେଉଁଥିରେ କ୍ଲାଉଡ୍ ଡାଟା ଷ୍ଟୋରେଜ୍ ଏବଂ ଡାଟା ଚାଳିତ ଏଆଇ ସେବା ସବୁ ସ୍ଥାନରେ ଉପଲବ୍ଧ ହେବ। ରିଲାଏନ୍ସ ଏଜିଏମ୍ ବୈଠକକୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ଏପରି ଉପକରଣ ଏବଂ ପ୍ଲାଟଫର୍ମ ବିକାଶ କରୁଛି ଯେଉଁଥିରେ ସମଗ୍ର ଏଆଇ ଜୀବନଚକ୍ର ଦୃଶ୍ୟମାନ ହେବ, ଯାହାର ନାମ ଜିଓ ବ୍ରେନ୍। ସେ କହିଛନ୍ତି, ଗୁଜୁରାଟର ଜାମନଗରରେ ରିଲାଏନ୍ସ ଗିଗାୱାଟ-ସ୍କେଲ ଏଆଇ ପ୍ରସ୍ତୁତ ସେଟଅପ୍ ନିର୍ମାଣ କରୁଛି ଯାହା କମ୍ପାନୀର ସବୁଜ ଶକ୍ତି ଦ୍ୱାରା ଚାଳିତ ହେବ।

ଅମ୍ବାନୀଙ୍କ ବଡ ଘୋଷଣା: ଏଆଇ କ୍ଲାଉଡ଼ ଅଫରରେ ମିଳିବ ୧୦୦ ଜିବି ଷ୍ଟୋରେଜ କ୍ଷମତା

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ: ଗୀତ ମାଧ୍ୟମରେ ନ୍ୟାୟ ମାଗୁଛନ୍ତି ଅରିଜିତ ସିଂହ