ଟ୍ରାଫିକ୍ ଜରିମାନା ଆଧାରରେ ଗାଡ଼ି ବୀମା ପ୍ରିମିୟମ୍ ବଢ଼ୁ

Advertisment

ଗାଡ଼ି ବୀମା ପ୍ରିମିୟମ୍‌କୁ ଟ୍ରାଫିକ୍ ଜରିମାନା ସହ ଯୋଡ଼ିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦିଲ୍ଲୀ ଲେଫଟ୍‌ନାଣ୍ଟ ଗଭର୍ଣ୍ଣର ଭି କେ ସକ୍ସେନା ଜଣାଇଛନ୍ତି।

ଗାଡ଼ି ବୀମା ପ୍ରିମିୟମ୍‌କୁ ଟ୍ରାଫିକ୍ ଜରିମାନା ସହ ଯୋଡ଼ିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦିଲ୍ଲୀ ଲେଫଟ୍‌ନାଣ୍ଟ ଗଭର୍ଣ୍ଣର ଭି କେ ସକ୍ସେନା ଜଣାଇଛନ୍ତି।

ଏପ୍ରିଲ ୨୦୧୮ରୁ ବିଏସ୍‌-୬ ଇନ୍ଧନ

ନୂଆଦିଲ୍ଲୀ: ଗାଡ଼ି ବୀମା ପ୍ରିମିୟମ୍‌କୁ ଟ୍ରାଫିକ୍ ଜରିମାନା ସହ ଯୋଡ଼ିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦିଲ୍ଲୀ ଲେଫଟ୍‌ନାଣ୍ଟ ଗଭର୍ଣ୍ଣର ଭି କେ ସକ୍ସେନା ଜଣାଇଛନ୍ତି। ଯେଉଁ ଗାଡ଼ି ଯେତେ ଅଧିକ ଥର ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବ ତାହାର ବୀମା ପ୍ରିମିୟମ୍ ସେ‌ତେ ଅଧିକ ରଖିବାକୁ ଅନୁରୋଧ କରାଯାଇଛି। ଏହା ଦ୍ବାରା ଗାଡ଼ି ଚାଳକଙ୍କ ଆଚରଣରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି ସେ ଭାବୁଛନ୍ତି। ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ସହ ଆଲୋଚନା କରି ତୁରନ୍ତ ଏକ ଫ୍ରେମ୍‌ୱର୍କ ପ୍ରସ୍ତୁତ କରିବାକୁ ସେ ଅର୍ଥମନ୍ତ୍ରୀଙ୍କୁ କହିଛନ୍ତି।

ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଲେଫ୍‌ଟନାଣ୍ଟ ଗଭର୍ଣ୍ଣର

ଶ୍ରୀ ସକ୍‌ସେନା କହିଛନ୍ତି ଯେ ଆର୍ଥିକ ଚାପ ପଡ଼ିଲେ ସୁରକ୍ଷିତ ଭାବେ ଗାଡ଼ି ଚଲାଇବା ଲାଗି ଚାଳକମାନେ ବାଧ୍ୟ ହେବେ। ଆମେରିକା ଓ ୟୁରୋପରେ ଏହି ଢାଞ୍ଚା ଗାଡ଼ି ବୀମା ପ୍ରିମିୟମ୍ ସଂଗ୍ରହ କରାଯାଉଛି। ଟ୍ରାଫିକ୍ ଜରିମାନା ସହ ଗାଡ଼ି ପ୍ରିମିୟମ୍‌କୁ ଯୋଡ଼ିଲେ ଦୁର୍ଘଟଣା କମ୍ ହେବ, ଅଧିକ ଜୀବନ ବଞ୍ଚିବ ଓ ବୀମା ଦାବି ପରିଚାଳନା ପ୍ରଭାବଶାଳୀ ହୋଇପାରିବ ବୋଲି ସେ କହିଛନ୍ତି। ୨୦୨୨ରେ ଭାରତରେ ୪.୩୭ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧.୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ସେଥିରୁ ୭୦ ପ୍ରତିଶତ ଦୁର୍ଘଟଣା ଦ୍ରୁତ ଗତିରେ ଗାଡ଼ିଚାଳନା ପାଇଁ ଘଟିଥିଲା। ବିଶ୍ବବ୍ୟାଙ୍କ ତଥ୍ୟ ଅନୁସାରେ ଦ୍ରୁତ ଗତିରେ ଚାଲୁଥିବା ଗାଡ଼ି ଦୁର୍ଘଟଣା ଘଟାଇବାର ୪୦ ପ୍ରତିଶତ ଅଧିକ ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe