ରୋଟୋମ୍ୟାକ୍‌ ଠକେଇ: ବିକ୍ରମ କୋଠାରି କିଏ?

Advertisment

ଏସ୍‌୍‌ଏଫ୍‌ଆଇଓ ତଦନ୍ତ କରିବ

ଏସ୍‌୍‌ଏଫ୍‌ଆଇଓ ତଦନ୍ତ କରିବ

ରୋଟୋମ୍ୟାକ୍‌ ଠକେଇ: ବିକ୍ରମ କୋଠାରି କିଏ?

ଏକ ବ୍ୟବସାୟୀ ପରିବାରରେ ଜନ୍ମ ହୋଇଥିଲେ ବିକ୍ରମ କୋଠାରି। ୧୯୮୦ ମସିହାରେ ସେ ନିଜର ଷ୍ଟେସନାରି କାରବାରକୁ ‘ରୋଟୋମ୍ୟାକ୍‌’ ନାମରେ ଆରମ୍ଭ କରିଥିଲେ। ତାଙ୍କ ଭାଇ ଦୀପକ କୋଠାରି ହେଉଛନ୍ତି ଲୋକପ୍ରିୟ ବ୍ରାଣ୍ଡ୍‌ ‘ପାନ୍‌ ପରାଗ୍‌’ର ମାଲିକ। ୧୯୯୦ରେ ପରିବାର ବ୍ୟବସାୟକୁ ଦୁଇ ଭାଇ ବିକ୍ରମ ଏବଂ ଦୀପକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ବିକ୍ରମଙ୍କ ଭାଗରେ ପଡ଼ିଥିଲା ରୋଟୋମ୍ୟାକ୍‌। ରୋଟୋମ୍ୟାକ୍‌ର େଓ୍ଵବସାଇଟ୍‌ରେ ଥିବା ସୂଚନା ଅନୁଯାୟୀ, ବିକ୍ରମ ହେଉଛନ୍ତି ରୋଟୋମ୍ୟାକ୍‌ ଏକ୍ସପୋର୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, କୋଠାରି ଫୁଡସ୍‌ ଆଣ୍ଡ ଫ୍ରାଗ୍ରାନ୍‌ସେସ୍‌, କ୍ରାଉନ୍‌ ଆଲ୍‌ବା ରାଇଟିଂ ଇନଷ୍ଟ୍ରୁମେଂଟସ୍‌, ମୋହନ ଷ୍ଟିଲସ ଲିମିଟେଡ୍‌, ଆର୍‌ଏଫ୍‌ଏଲ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ରେଭ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ। ସେ ରିଅଲ ଇଷ୍ଟେଟ୍‌ କାରବାରରେ ମଧ୍ୟ ସକ୍ରିୟ ରହିଛନ୍ତି। ତାଙ୍କର ପ୍ରକଳ୍ପ କାନପୁର, ଲକ୍ଷ୍ନୌ, ଡେରାଡୁନ ଏବଂ ଅହମ୍ମଦାବାଦ ଆଦି ସ୍ଥାନରେ ରହିଛି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଠାରୁ ଶ୍ରେଷ୍ଠ ରପ୍ତାନିକାରୀ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲେ।

ନୂଆଦିଲ୍ଲୀ: ଫୋର୍ଟିସ୍‌ ହେଲଥକେୟାର୍‌ ଏବଂ ରେଲିଗେୟାର ଏଣ୍ଟରପ୍ରାଇଜେସ୍‌ରେ ଆର୍ଥିକ ଜାଲିଆତିକୁ ନେଇ ଯେଉଁ ଅଭିଯୋଗ ହୋଇଛି ତାହାର ତଦନ୍ତ କରିବ ସିରିଅସ୍‌ ଫ୍ରଡ୍‌ ଇନଭେଷ୍ଟିଗେସନ୍‌ ଅଫିସ୍‌ (ଏସ୍‌ଏଫ୍‌ଆଇଓ)। ଏହି ଦୁଇ କଂପାନିରେ ଆର୍ଥିକ ଜାଲିଆତି ହୋଇଥିବା ଜଣାପଡ଼ିବା ପରେ କେନ୍ଦ୍ର କମ୍ପାନି ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏହା ଉପରେ ନଜର ରଖିଛି। ଏହି ଦୁଇ କଂପାନି ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ଏସ୍‌ଏଫ୍‌ଆଇଓକୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଫୋର୍ଟିସ୍‌ ହେଲଥକେୟାରର ଦୁଇ ମାଲିକ ମାଲବିନ୍ଦର ସିଂହ ଏବଂ ଶିବିନ୍ଦର ସିଂହ କଂପାନି ବୋର୍ଡର ବିନା ମଞ୍ଜୁରିରେ କୋଟି କୋଟି ଟଙ୍କା ବ୍ୟକ୍ତିଗତ କାମରେ ଲଗାଇବା ପାଇଁ ନେଇଥିବା ଅଭିଯୋଗ ହୋଇଛି। ଫୋର୍ଟିସ୍‌ ହେଲଥ୍‌କେୟାର ମାମଲାରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe