ବେନେଲି ଇମ୍ପେରିଆଲ ୪୦୦ର ବିଏସ୍ ୬ ଭାରିଆଣ୍ଟର ବଜାର ପ୍ରବେଶ ନିକଟରେ କରାଯାଇଛି। ଏହାର ଏକ୍ସସୋରୁମ୍ ମୂଲ୍ୟ ୧ ଲକ୍ଷ ୯୯ ହଜାର ଟଙ୍କାରୁ ଆରମ୍ଭ ହେଉଛି। ବିଏସ ୪ ମଡେଲ ତୁଳନାରେ ଏହାର ଦାମ୍ ୨୦ ହଜାର ଟଙ୍କା ଅଧିକ ରହିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ଏହି ବାଇକ୍ର ଡେଲିଭରି ଆରମ୍ଭ ହେବ। ତେବେ ଏହାର ବୁକିଂ ଏବେ ଆରମ୍ଭ ହୋଇଯାଇଛି। ଗ୍ରାହକମାନେ ୬ ହଜାର ଟଙ୍କା ଦେଇ ଏହାର ବୁକିଂ କରିପାରିବେ। କମ୍ପାନିର ୱେବସାଇଟ କିମ୍ବା ନିକଟତମ ଡିଲରସିପକୁ ଯାଇ ଏହି ବାଇକ୍ର ବୁକିଂ କରାଯାଇ ପାରିବ। ବଜାରରେ ଏହି ବାଇକ୍ ରୟାଲ ଏନଫିଲ୍ଡ୍ର ବିଏସ୍୬ କ୍ଲାସିକ୍ ୩୫୦ ମଡେଲ ସହିତ ପ୍ରତିଯୋଗିତା କରିବ ବୋଲି କୁହାଯାଉଛି। ଏହି ଦୁଇଟି ବାଇକ୍ର ବିଶେଷତ୍ବ ସମ୍ପର୍କରେ ଏଠାରେ ସୂଚନା ଦିଆଯାଇଛି।
ବେନେଲି ଇମ୍ପେରିଆଲ ୪୦୦ ବନାମ ରୟାଲ ଏନଫିଲ୍ଡ କ୍ଲାସିକ୍-୩୫୦
Advertisment
Follow Us