ସିଙ୍ଗଲ୍ ୱିଣ୍ଡୋରେ ୨୫୭୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର, ୨୭୫୫ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

Advertisment
ବିନା ପରିଚୟପତ୍ରରେ ୨୦୦୦ ଟଙ୍କିଆ ବଦଳାଇ ହେବ: ହାଇକୋର୍ଟ

Image Courtesy of The News Minute

ଭୁବନେଶ୍ବର: ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ୧୦୦ତମ ବୈଠକରେ ଆଜି ୨୫୭୦.୫୪ କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଧାତବ ଓ ଆନୁଷଙ୍ଗିକ କ୍ଷେତ୍ର, ମାନୁଫାକ୍‌ଚରିଂ, ପ୍ଲା‌ଷ୍ଟିକ୍, ସିମେଣ୍ଟ୍‌, ରସାୟନ ଓ ଖାଦ୍ୟ ପ୍ରକ୍ରିୟା କ୍ଷେତ୍ର ଲାଗି ଆସିଥିବା ଶିଳ୍ପ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୭୫୫ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଆମାଲଗାମ୍ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ୍‌ ତରଫରୁ କେନ୍ଦୁଝରର ଯୋଡ଼ାରେ ଏକ ବାର୍ଷିକ ୧୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ବିନିଫିକେସନ୍ ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ଆର୍ଡେଣ୍ଟ୍‌ ଷ୍ଟିଲ୍ ତରଫରୁ ବାଂଶପାଳ ଠାରେ ଏକ ୩ ଏମ୍‌ଟିପିଏର ଲୁହାପଥର ସାଟେଲାଇଟ୍‌ ଗ୍ରାଇଣ୍ଡିଂ ୟୁନିଟ୍ ଓ ୩ ଏମ୍‌ଟିପିଏର ସ୍ଲରି ପାଇପ୍‌ଲାଇନ୍ ସ୍ଥାପନ କରାଯିବ। ସେଫ୍‌ ଲାନ୍‌ସେଟ୍‌ ଇଞ୍ଜିନିୟରିଂ ପ୍ରାଇଭେଟ୍‌ ଲିମିଟେଡ୍ ତରଫରୁ ଖୋର୍ଦ୍ଧା ଜିଲ୍ଲାରେ ଏକ ରେଜର୍ ସେଭିଂ ବ୍ଲେଡ୍‌ ଓ ଡିସ୍‌ପୋଜେବଲ୍ ରେଜର ଉତ୍ପାଦନ କାରଖାନା ସ୍ଥାପନ କରାଯିବ।

ଏପ୍‌ପିସଲନ୍‌ କାର୍ବନ ଅଶୋକା ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ସମ୍ବଲପୁରର ରେଙ୍ଗାଲିରେ ୮,୭୫,୦୦୦ ଏମ୍‌ଟିପିଏର ସମନ୍ବିତ କାର୍ବନ କମ୍ପ୍ଲେକ୍ସ ସ୍ଥାପନ କରାଯିବ। ଝାରସୁଗୁଡ଼ାର ବ୍ରଜରାଜନଗରରେ ଓରିଏଣ୍ଟ୍‌ ପେପର ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍ ତରଫରୁ ଏକ ୧୨୦ ଟିପିଡି କ୍ଲୋରୋ ଆଲ୍‌କାଲି କମ୍ପ୍ଲେକ୍ସ ସ୍ଥାପନ କରାଯିବ। ଗଜପତିରେ କୋଷ୍ଟାଲ୍‌ ବାୟୋଟେକ୍ ତରଫରୁ ଇଥାନଲ୍‌ ଉତ୍ପାଦନ, ବଟଲିଂ ପ୍ଲାଣ୍ଟ୍‌ ଓ ପାୱାର ପ୍ଲାଣ୍ଟ୍ ସ୍ଥାପନ କରାଯିବ। ରାୟଗଡ଼ାର ବୁରୁଜୁଗୁଡ଼ାରେ ରାମ୍‌କି ଏନ୍‌ଭିରୋ ଇଞ୍ଜିନିୟର୍ସ ଏକ ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ସ୍ଥାପନ କରିବ। ବାଲେଶ୍ବରରେ ଏଚ୍‌ଆଇଏଲ୍‌ ଲିମିଟେଡ୍ ଏକ ଏଏସି ବ୍ଲକ୍ ଓ ସିମେଣ୍ଟ୍‌ ସାଣ୍ଡ୍‌ୱିଚ୍‌ ପ୍ୟାନେଲ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଖୋର୍ଦ୍ଧାରେ ସେଞ୍ଚୁରି ଫାଇବର ପ୍ଲେଟସ୍‌ ଲିମିଟେଡ୍‌ ମାଟ୍ରେସ୍ ଓ ଫାଇବର୍ ପିଲୋ ଉତ୍ପାଦନ କାରଖାନା ସ୍ଥାପନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe