ଭାଇରାଲ ହେଉଥିବା ୩୫୦,୧୦୦୦ ଓ ୫୦୦୦ଟଙ୍କିଆ ନୋଟର ସତ୍ୟତା ସମ୍ପର୍କରେ ଜାଣନ୍ତୁ

Advertisment
ଭାଇରାଲ ହେଉଥିବା ୩୫୦,୧୦୦୦ ଓ ୫୦୦୦ଟଙ୍କିଆ ନୋଟର ସତ୍ୟତା ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୩୫୦ଟଙ୍କିଆ, ୧୦୦୦ଟଙ୍କିଆ ଓ ୫୦୦୦ଟଙ୍କିଆ ନୋଟ ଘୁରି ବୁଲୁଛି। ଏହି ଫଟୋରେ ଦାବି କରାଯାଉଛି କି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଖୁବ୍‌ ଶୀଘ୍ର ଏହି ଟଙ୍କା ବଜାରରେ ପ୍ରବେଶ କରାଇବ। କେବଳ ଏତିକି ନୁହେଁ ୭୫ଟଙ୍କିଆ, ୧୦୦ଟଙ୍କିଆ, ୧୫୦ଟଙ୍କିଆ ଓ ୧୦୦୦ଟଙ୍କିଆ କଏନ୍‌ ଆସିବାର ଶୁଣିବାକୁ ମିଳୁଛି।

publive-image

ଭାଇରାଲ ହୋଇଥିବା ଫଟୋରେ ଏହାବି କୁହାଯାଉଛି କି, ଆରବିଆଇ ସହିତ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ବି ଏକ ଟଙ୍କାର ନୂତନ ନୋଟ ଲଞ୍ଚ କରିବାର ଯୋଜନା କରୁଛନ୍ତି। ଏକ ଟଙ୍କିଆ ନୋଟ ଭାରତ ସରକାର ବଜାର ପ୍ରବେଶ କରିବେ ବୋଲି ପୂର୍ବରୁ ଶୁଣିବାକୁ ମିଳିଥିଲା। ତେବେ ଏହି ପ୍ରସଙ୍ଗରେ ସରକାର କୌଣସି ଯୋଜନା କରି ନାହାନ୍ତି ବୋଲି ନିକଟରେ ସ୍ପଷ୍ଟ କରି ଦେଇଛନ୍ତି।

ତେବେ ଅନ୍ୟପକ୍ଷରେ ଭାଇରାଲ ହେଉଥିବା ନୋଟ ଓ କଏନ୍‌ ସମ୍ପର୍କରେ ଆରବିଆଇ ପକ୍ଷରୁ ପ୍ରକାଶ, ଏଭଳି କୌଣସି ନୋଟ କିମ୍ବା କଏନ୍‌ ଜାରି କରାଯାଇ ନାହିଁ। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ସମସ୍ତ ୩୫୦ଟଙ୍କିଆ, ୧୦୦୦ଟଙ୍କିଆ ଓ ୫୦୦୦ଟଙ୍କିଆ ନୋଟ ଓ ୭୫ଟଙ୍କିଆ, ୧୦୦ଟଙ୍କିଆ, ୧୫୦ଟଙ୍କିଆ ଓ ୧୦୦୦ଟଙ୍କିଆ କଏନ୍‌ ଫଟୋ ସମ୍ପୂର୍ଣ୍ଣ ଭାବେ ନକଲି ଅଟେ। ଏହାକୁ ନେଇ ଆପଣମାନେ ଭ୍ରମରେ ରୁହନ୍ତୁ ନାହିଁ। ଭବିଷ୍ୟତରେ ଯଦି ଏଭଳି କିଛି ନିଷ୍ପତ୍ତି ନିଆଯାଏ ତେବେ ଆମ ଅଧିକାରୀ େଓ୍ଵବସାଇଟ୍‌ ଜରିଆରେ ଆପଣମାନେ ଜାଣି ପାରିବେ।

ସୌଜନ୍ୟ: ଓ୍ଵାନ୍‌ ଇଣ୍ଡିଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe