କ୍ୟାସଲେସ୍‌ କାରବାର ବ୍ୟାଙ୍କ ପାଇଁ ବୋଝ, ବର୍ଷକରେ ୩୮୦୦ କୋଟି କ୍ଷତି: ଏସ୍‌ବିଆଇ

Advertisment
ରାଜ୍ୟରେ ମିସ୍‌ଡ କଲ୍‌ ଜରିଆରେ ପେମେଣ୍ଟ୍‌ ସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଭାବରେ କ୍ୟାସଲେସ୍‌ କାରବାରକୁ ଗୁରୁତ୍ୱ ଦେଉଥିବା ବେଳେ, ଏହା ବ୍ୟାଙ୍କ ଗୁଡ଼ିକ ପାଇଁ ବୋଝ ପାଲଟିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ରିପୋର୍ଟ ଅନୁସାରେ ଡିଜିଟାଲ ନେଣଦେଣ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ବାର୍ଷିକ ୩୮୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି।

ବିମୁଦ୍ରାକରଣ ପରେ ବ୍ୟାଙ୍କ ନିୟମିତ ଭାବରେ କ୍ୟାସଲେସ୍‌ କାରବାର ପାଇଁ ପଏଣ୍ଟ ଅଫ୍‌ ସେଲ(ପିଓଏସ୍‌) ଟର୍ମିନାଲ ଓ ମେସିନ ସଂଖ୍ୟା ବଢ଼ାଇବାରେ ଲାଗିପଡ଼ିଛି। ୨୦୧୬ ମାର୍ଚ୍ଚରେ ବ୍ୟାଙ୍କଗୁଡ଼ିକରେ ୧୩.୮ ଲକ୍ଷ ପିଓଏସ ଟିର୍ମନାଲ୍‌ସ ଲଗାଯାଇଥିଲା। ବିମୁଦ୍ରାକରଣ ପରେ ଏହି ସଂଖ୍ୟା ବହୁତ ବଢ଼ିଛି। ୨୦୧୭ ଜୁଲାଇ ପର୍ଯ୍ୟନ୍ତ ୨୮.୪ ଲକ୍ଷ ପିଓଏସ ଟର୍ମିନାଲ୍‌ସ ଲଗାଯାଇଛି। ଏହି ହିସାବରେ ୫୦୦୦ ପିଓଏସ୍‌ ଟର୍ମିନାଲ୍‌ସ ପ୍ରତ୍ୟେକ ଦିନ ଲାଗୁଛି।

ମୋଦି ସରକାରଙ୍କ ଡିଜିଟାଲ ପେମେଣ୍ଟ ଅଭିଯାନକୁ ନିଶ୍ଚିତ ଭାବରେ ସଫଳତା ମିଳିଛି। ଏସ୍‌ବିଆଇ ରିପୋର୍ଟ ଅନୁସାରେ ନୋଟବନ୍ଦୀ ପରେ ଡେବିଟ ଓ କ୍ରେଡିଟ କାର୍ଡ ମାଧ୍ୟମରେ ନେଣଦେଣ ମଧ୍ୟ ବଢ଼ିଛି। ୨୦୧୬ ଅକ୍ଟୋବରରେ ଯାହା ୫୧,୯୦୦ କୋଟି ଟଙ୍କା ଥିଲା, ୨୦୧୭ ଜୁଲାଇରେ ତାହା ୬୮,୫୦୦ କୋଟି ହୋଇ ଯାଇଛି। ଏହା ବ୍ୟତୀତ ୨୦୧୬ ଡିସେମ୍ବରରେ ସବୁଠାରୁ ଅଧିକ ୮୯,୨୦୦ କୋଟି କ୍ୟାସଲେସ ନେଣଦେଣ ହେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe