The Economic Times
ନୂଆଦିଲ୍ଲୀ : ଚଳିତ ବର୍ଷ ଜୁନ୍ ମାସରେ ଓଡ଼ିଶାରେ ୩,୯୬୫ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି ଯାହା ଗତବର୍ଷ ଜୁନ୍ରେ ହୋଇଥିବା ୩,୦୦୦ କୋଟି ଟଙ୍କା ସଂଗ୍ରହ ତୁଳନାରେ ୩୨% ଅଧିକ। ସାରା ଦେଶରେ ଜୁନ୍ରେ ୧,୪୪,୬୧୬ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଛି ଯାହା ଗତବର୍ଷ ତୁଳନାରେ ୫୬% ଅଧିକ। ଆଲୋଚ୍ୟ ମାସରେ ୨୫,୩୦୬ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍ଟି, ୩୨,୪୦୬ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି ଓ ୭୫,୮୮୭ କୋଟି ଟଙ୍କାର ସମନ୍ବିତ ଜିଏସ୍ଟି ସଂଗ୍ରହ କରାଯାଇଛି। ଆଜି ସାରା ଦେଶରେ ଜିଏସ୍ଟି ଦିବସ ପାଳନ କରାଯାଉଥିବା ବେଳେ ଜୁନ୍ ମାସର ସଂଗ୍ରହ ତଥ୍ୟ ଜାରି କରାଯାଇଛି। ଚଳିତ ବର୍ଷ ଏପ୍ରିଲ୍ରେ ୧,୬୭,୫୪୦ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଥିଲା। ନିକଟରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହୋଇଯାଇଥିବା ଜିଏସ୍ଟି ପରିଷଦର ୪୭ତମ ବୈଠକରେ ବହୁ ସାମଗ୍ରୀ ଉପରେ ଟିକସ ହାର ବୃଦ୍ଧି କରାଯାଇଥିବାରୁ ଆଗାମୀ ଦିନରେ ଟିକସ ସଂଗ୍ରହ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ୨୦୧୭ ଜୁଲାଇ ୧ରୁ ଦେଶରେ ଜିଏସ୍ଟି ଲାଗୁ କରାଯାଇଥିଲା। ଆଜି ଜିଏସ୍ଟି ପାଞ୍ଚ ବର୍ଷର ଯାତ୍ରା ପୂରଣ କରି ଷଷ୍ଠ ବର୍ଷରେ ପାଦ ଦେଇଛି।
ivemint.comବ୍ୟବସାୟକୁ ସହଜ କରିଛି ଜିଏସ୍ଟି: ମୋଦୀ
ଆମେ ଜିଏସ୍ଟିର ପଞ୍ଚମ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଜିଏସ୍ଟି ବ୍ୟବସାୟ କରିବାକୁ ଆହୁରି ସହଜ କରିଛି ଏବଂ ଗୋଟିଏ ଦେଶ ଗୋଟିଏ ଟିକସ ଲକ୍ଷ୍ୟକୁ ତାହା ପୂରଣ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଜଣାଇଛନ୍ତି।
/sambad/media/post_attachments/wp-content/uploads/2022/07/chidambaram-300x168.jpg)
ଜନ୍ମରୁ ଜିଏସ୍ଟିେର ଗମ୍ଭୀର ସମସ୍ୟା: ଚିଦମ୍ବରମ୍
ଜିଏସ୍ଟିରେ ଜନ୍ମରୁ ଗମ୍ଭୀର ସମସ୍ୟା ରହିଛି ଓ ତାହା ଗତ ପଞ୍ଚ ବର୍ଷ ଭିତରେ ଆହୁରି ଖରାପ ହୋଇଛି। ଯେଉଁମାନେ ଜିଏସ୍ଟିକୁ ସ୍ପର୍ଶ କରିଛନ୍ତି ସେମାନେ ଗମ୍ଭୀର ଭାବେ ଆହତ ହୋଇଛନ୍ତି ବୋଲି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ କହିଛନ୍ତି।
Follow Us