ସିଟି ବ୍ୟାଙ୍କ ଉପରେ ୪ କୋଟି ଜରିମାନା

ସିଟି ବ୍ୟାଙ୍କ ଉପରେ ୪ କୋଟି ଜରିମାନା

SanctuaryVF

ମୁମ୍ବାଇ :ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସିଟି ବ୍ୟାଙ୍କ ଉପରେ ୪ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ଚଳନ୍ତି ଖାତା ଖୋଲିବାରେ ରହିଥିବା ବିଭିନ୍ନ ନିୟମକୁ ଏହି ବ୍ୟାଙ୍କ ପାଳନ କରି ନଥିବାରୁ ରିଜର୍ଭ ବ୍ୟାଙ୍କ ଏଭଳି କଠୋର ପଦକ୍ଷେପ ନେଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ କୁହାଯାଇଛି ଯେ ବ୍ୟାଙ୍କିଂ ନିୟାମକ ଆଇନ‌ର କେତେକ ଧାରା ପାଳନ ନକରିବା ଏବଂ ନିର୍ଦ୍ଦେଶନାମାକୁ ପାଳନ ନକରିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିଟି ବ୍ୟାଙ୍କ ପକ୍ଷରୁ ନିୟମ ପାଳନ କରାଯାଇ ନଥିବା ସଂପର୍କରେ ଜଣାପଡ଼ିବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ସିଟି ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଉତ୍ତରରେ ରିଜର୍ଭ ବ୍ୟାଙ୍କ ସ‌ନ୍ତୁଷ୍ଟ ନହେବାରୁ ଏଭଳି ଜରିମାନା ଲାଗୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe