ସେନ୍‌ସେକ୍ସ୍‍ ୧୧୦୦ ପଏଣ୍ଟ୍‌ ଖସିଯିବାରୁ କ୍ଷଣିକରେ ବୁଡ଼ିଗଲା ନିବେଶକମାନଙ୍କର ୫ ଲକ୍ଷ କୋଟି ଟଙ୍କା

Advertisment
ସେନ୍‌ସେକ୍ସ୍‍ ୧୧୦୦ ପଏଣ୍ଟ୍‌ ଖସିଯିବାରୁ କ୍ଷଣିକରେ ବୁଡ଼ିଗଲା ନିବେଶକମାନଙ୍କର ୫ ଲକ୍ଷ କୋଟି ଟଙ୍କା

Image Source: Hindustan Times

ମୁମ୍ବାଇ: ଶୁକ୍ରବାର ଦିନ ସକାଳେ ଷ୍ଟକ୍ କାରବାର ଆରମ୍ଭରେ ସେନ୍‌ସେକ୍ସ୍‍ ୧, ୧୦୦ ପଏଣ୍ଟ୍‌ ଖସିଯିବାରୁ ନିବେଶକମାନଙ୍କର ପ୍ରାୟ ୫ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି। ସମଗ୍ର ବିଶ୍ୱରେ କରୋନାଭାଇରସ୍‌ ସଂକ୍ରମିତ ଯୋଗୁଁ ଦେଶର ଅଭିବୃଦ୍ଧି ହାର ବାଧା ପାଇବାର ଆଶଙ୍କା ଥିବାରୁ ସେନ୍‌ସେକ୍ସ୍‍ ପ୍ରଭାବିତ ହୋଇଛି।

ସୂଚନା ଅନୁସାରେ, ୩୦-ସେୟାର୍‌ ଇଣ୍ଡେକ୍ସ୍‍ ୧. ୧୦୦. ୨୭ ପଏଣ୍ଟ୍‌ ବା ୨. ୭୭%ରୁ ଖସି ୩୮, ୬୪୫. ୩୯ ପଏଣ୍ଟ୍‌ ହୋଇଯାଇଛି। ଏନ୍‌ଏସ୍‌ଇ ନିଫ୍‌ଟି ମଧ୍ୟ ୩୨୯. ୫୦ ପଏଣ୍ଟ୍‌ ବା ୨. ୮୩%ରେ କ୍ରାକ୍‌ କରି ୧୧, ୩୦୩. ୮୦ରେ ପହଞ୍ଚିଛି। ଟାଟା ଷ୍ଟିଲ୍‌, ଟେକ୍‌ ମହିନ୍ଦ୍ରା, ଇନଫୋସିସ୍‌, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ବଜାଜ୍‌ ଫାଇନାନ୍‌ସ୍‌, ଏଚିସିଏଲ୍‌ ଟେକ୍‌ ଏବଂ ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ପ୍ରଭୃତି ବଡ଼ ସଂସ୍ଥାର ସେୟାର୍‌ ଦର ଖସି ଯିବାରୁ  ଚାଲିବାରୁ ଅନ୍ୟ କମ୍ପାନିମାନଙ୍କର ସେୟାର୍‌ ମଧ୍ୟ ଖସି ଯାଇଥିଲା।

publive-image Image Source: Times Next

ଅର୍ଥନୈତିକ ବିଶାରଦଙ୍କ ମତରେ, ବିଶ୍ୱ ଆର୍ଥିକ ବ୍ୟବସ୍ଥା ଉପରେ କରୋନାଭାଇରସ୍‌ର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ଗତ ସପ୍ତାହଯାଏଁ ସେୟାର୍‌ ବଜାର ନିବେଶକମାନେ ଚିନ୍ତା କରୁଥିଲେ। କିନ୍ତୁ କରୋନାଭାଇରସ୍‌ ସଂକ୍ରମଣ କ୍ରମଶଃ ସମଗ୍ର ବିଶ୍ୱରେ ବ୍ୟାପିଚାଲିଥିବା କାରଣରୁ ନିବେଶକମାନେ ଚିନ୍ତିତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe