ପେଟ୍ରୋଲ୍‌, ମଦରୁ ୮୨୮ କୋଟି ଆୟ

Advertisment
ସତର୍କ ନ ହେଲେ ଦେବାଳିଆ ହେବେ, ଋଣ ଆଦାୟରେ ସମବାୟ ବ୍ୟାଙ୍କର ପ୍ରଦର୍ଶନ ଚିନ୍ତାଜନକ

The Financial Express

ଭୁବନେଶ୍ବର: ଚଳିତ ବର୍ଷ ଫେବ୍ରୁଆରିରେ ପେଟ୍ରୋଲ୍ ଓ ମଦରୁ ୮୨୮.୪୪ କୋଟି ଟଙ୍କାର ଭାଟ୍‌ ସଂଗ୍ରହ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହା ଦ୍ବିତୀୟ ସର୍ବାଧିକ ବୋଲି କୁହାଯାଉଛି। ଗତବର୍ଷ ଫେବ୍ରୁଆରିରେ ଭାଟ୍ ଆକାରରେ ୬୨୬.୫୨ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଚଳିତ ବର୍ଷ ସେଥିରେ ୧୮.୨୬ ପ୍ରତିଶତର ବୃଦ୍ଧି ଘଟିଛି। ପେଟ୍ରୋଲିୟମ ସାମଗ୍ରୀରୁ ଭାଟ୍‌ ସଂଗ୍ରହ ୨୩.୬୮ ପ୍ରତିଶତ ବୃଦ୍ଧି ପାଇ ୬୭୦.୫୫ କୋଟି ଟଙ୍କା ହୋଇଛି। ଗତବର୍ଷ ଫେବ୍ରୁଆରିରେ ପେଟ୍ରୋଲିୟମ୍ ସାମଗ୍ରୀରୁ ୫୪୨.୧୬ କୋଟି ଟଙ୍କାର ଭାଟ୍ ସଂଗ୍ରହ କରାଯାଇଥିଲା। ମଦରୁ ଚଳିତ ବର୍ଷ ‌ଫେବ୍ରୁ୍ଆରିରେ ୧୫୮.୩୬ କୋଟି ଟଙ୍କାର ଭାଟ୍ ସଂଗ୍ରହ କରାଯାଇଛି ଯାହା ଗତବର୍ଷ ହୋଇଥିବା ୧୫୪.୩୬ କୋଟି ଟଙ୍କା ସଂଗ୍ରହ ତୁଳନାରେ ୨.୬୧% ଅଧିକ।

ଆଲୋଚନା ମାସରେ ରାଜ୍ୟରେ ୩୩୪୦.୫୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଗତବର୍ଷ ତୁଳନାରେ ୨୦% ଅଧିକ। ଏହି ମାସରେ ୧୩୪୫.୭୬ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଆଦାୟ ହୋଇଛି। ଲୌହପିଣ୍ଡ, ଲେହୗହ ଇସ୍ପାତ, ବକ୍ସାଇଟ୍, ଆଲୁମିନିୟମ, କୋଇଲା ଆଦିର ଚାହିଦା ବାହାର ରାଜ୍ୟରେ ବୃଦ୍ଧି ପାଇଥିବାରୁ ଆଇଜିଏସ୍‌ଟି ସଂଗ୍ରହ ବଢ଼ିଛି। ରାଜ୍ୟ ଜିଏସ୍‌ଟି ଆକାରରେ ୭୮୧.୦୬ କୋଟି ଟଙ୍କା ଆଦାୟ ହୋଇଛି ଯାହା ପୂର୍ବବର୍ଷ ଏହି ମାସରେ ୭୭୭.୭୧ କୋଟି ଟଙ୍କା ଥିଲା।ଜିଏସ୍‌ଟି ପଞ୍ଜୀକୃତ ଯୋଗାଣକାରୀଙ୍କ ଠାର ରାଜ୍ୟର ବିଭାଗଗୁଡ଼ିକ ସାମଗ୍ରୀ ଓ‌ ସେବା କ୍ରୟ କରିବେ ବୋଲି ନିକଟରେ ଯେଉଁ ନିର୍ଦେଶନାମା ଜାରି କରାଯାଇଥିଲା ତାହାକୁ ଯେଭଳି ଠିକ୍ ଭାବେ ପାଳନ କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ଆୟୁକ୍ତ ସୁଶୀଲ କୁମାର ଲୋହନୀ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe