ଚାଷୀଙ୍କ ଖାତାରେ ଜମା ହେଲା ୪୯,୯୬୫ କୋଟି

୨୪ ହଜାର ହେକ୍ଟରରେ  ପ୍ରାକୃତିକ ପଦ୍ଧତିରେ ଚାଷ

ନୂଆଦିଲ୍ଲୀ: ଗହମ ସଂଗ୍ରହ ବାବଦରେ ଚାଷୀଙ୍କ ଖାତାରେ ସିଧାସଳଖ ୪୯,୯୬୫ କୋଟି ଟଙ୍କା ଜମା କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ସ୍କିମ୍‌ରେ ପଞ୍ଜାବ ଚାଷୀଙ୍କୁ ୨୧,୫୮୮ କୋଟି ଟଙ୍କା ଓ ହରିୟାଣାର ଚାଷୀଙ୍କୁ ୧୧,୭୮୪ କୋଟି ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ତୃତୀୟ ପର୍ଯ୍ୟାୟରେ ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏଫ୍‌ସିଆଇ ଡିପୋରୁ ମେ' ମାସରେ ୧୫.୫୫ ଲକ୍ଷ ଟନ୍ ଖାଦ୍ୟଶସ୍ୟ ନେଇଛନ୍ତି। ୧୨ଟି ରାଜ୍ୟ ଦୁଇ କୋଟିରୁ ଅଧିକ ହିତାଧିକାରୀଙ୍କୁ ଏକ ଲକ୍ଷ ଟନ୍‌ରୁ ଅଧିକ ଖାଦ୍ୟଶସ୍ୟ ବଣ୍ଟନ କରିଛନ୍ତି। ହିତାଧିକାରୀମାନଙ୍କ ପାଖରେ ‌ଯେଭଳି ଏହି ଯୋଜନାର ଲାଭ ପହଞ୍ଚିପାରିବ ସେଥିପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟଗୁଡ଼ିକର ଖାଦ୍ୟ ସଚିବମାନଙ୍କ ସହ ଆଲୋଚନା କରାଯାଉଛି।

ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ସ୍କିମ୍‌ରେ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯୋଡ଼ି ହୋଇଥିବାରୁ ଏହାର ଲାଭ ପ୍ରାୟ ୬୯ କୋଟି ଲୋକଙ୍କ ପାଖରେ ପହଞ୍ଚିବ। ଏହି ସ୍କିମ୍‌ରେ ପ୍ରତି ମାସରେ ୧.୫ରୁ ୧.୬ କୋଟି ପୋର୍ଟେବିଲିଟି କାରବାର ହେଉଛି। ଅର୍ଥାତ ବାହାର ରାଜ୍ୟର ହିତାଧିକାରୀ ଅନ୍ୟ ରାଜ୍ୟ ରହି ସ୍କିମ୍‌ର ଲାଭ ପାଉଛନ୍ତି। ଶ୍ରୀ ପାଣ୍ଡେ କହିଛନ୍ତି ଯେ ଚଳିତ ବର୍ଷ ମେ' ୯ ସୁଦ୍ଧା ୩୩୭.୯୫ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାିଛି। ଏହା ଦ୍ବାରା ୩୪.୦୭ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ମହାମାରୀ ସମୟରେ ଖୋଲା ବଜାରରେ ଅଧିକ ଚାଉଳ ଓ ଗହମ ଉପଲବ୍ଧ କରାଇବା ଲାଗି ନୀତିରେ ପରିବର୍ତନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe