ଭୁବନେଶ୍ୱର: ଆରଏସ୍ପିଏଲ୍ ଲିମିଟେଡ୍ (ଘଡି ଡିଟର୍ଜେଣ୍ଟ୍ ସମୂହ) ପକ୍ଷରୁ ଡିଲରମାନଙ୍କ ପାଇଁ ଏକ ଲକି ଡ୍ର ଉତ୍ସବ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବିଜେତାମାନଙ୍କୁ ୨୦ଟି ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଥମ ପୁରସ୍କାର ଭାବେ ଗୋଟିଏ ରୟାଲ ଏନ୍ଫିଲ୍ଡ ବୁଲେଟ୍ ବଲାଙ୍ଗୀରର ଶୁଭଶ୍ରୀ ଏଜେନ୍ସିଜ୍କୁ ପ୍ରଦାନ କରାଯାଇଛି। ସେହିଭଳି କଳାହାଣ୍ଡିର ପୂଜା ଏଜେନ୍ସି, ବରଗଡ଼ର ନାରାୟଣ ପ୍ରସାଦ ଏଣ୍ଡ୍ କମ୍ପାନି ଏବଂ ବରଗଡ଼ ଅତାବିରାର କହ୍ନେୟା ଟ୍ରେଡିଂ କମ୍ପାନିକୁ ଗୋଟିଏ ଲେଖାଏଁ ହିରୋ ଡୁଏଟ୍ ପ୍ରଦାନ କରାଯାଇଛି। ଏହି ପୁରସ୍କାର ପ୍ରଦାନ ସମାରୋହରେ ୧୦୪ ଜଣ ବିତରକଙ୍କ ସମେତ ଆର୍ଏସ୍ପିଏଲ୍ର ବରିଷ୍ଠ ଅଧିକାରୀ ପ୍ରଶାନ୍ତ ରାଜ ସିଂହ ଏବଂ ଅଭୟ କୁମାର କାନ୍ତା (ବିକ୍ରି ମୁଖ୍ୟ-ଓଡ଼ିଶା) ପ୍ରମୁଖ ଉପସ୍ଥିତ ଥିଲେ।
ଆର୍ଏସ୍ପିଏଲ୍ ଡିଲର ପୁରସ୍କୃତ
Advertisment
Follow Us