ରୁଚି ସୋୟାର ୨୫୦% ଲାଭାଂଶ ଘୋଷଣା

Advertisment
ରୁଚି ସୋୟାର ୨୫୦% ଲାଭାଂଶ ଘୋଷଣା

Moneylife

ଭୁବନେଶ୍ବର : ଯୋଗ ଗୁରୁ ବାବା ରାମଦେବଙ୍କ ଅଧୀନରେ ପରିଚାଳିତ ହେଉଥିବା ସଂସ୍ଥା ରୁଚି ସୋୟା ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୫୦% ଲାଭାଂଶ ଘୋଷଣା କରାଯାଇଛି ଯାହା ୨୦୦୮ ପରେ ସର୍ବାଧିକ। ଆଲୋଚ୍ୟ ବର୍ଷରେ କଂପାନିର ରାଜସ୍ବ ୪୮.୨୨ ପ୍ରତିଶତ ବୃଦ୍ଧି ପାଇ ୨୪,୨୮୪.୩୮ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୧୬,୩୮୨.୯୭ କୋଟି ଟଙ୍କା ଥିଲା। ତୈଳ ବ୍ୟବସାୟରୁ ଅଧିକ ରାଜସ୍ବ ଆସିଥିବା ବେଳେ ନୂତନ ଭାବେ ଆରମ୍ଭ କରାଯାଇଥିବା ବିସ୍କୁଟ, ଜଳଖିଆ ଉତ୍ପାଦ ଓ ନ୍ୟୁଟ୍ରିସ୍ୟୁଟିକାଲ୍‌ ଉତ୍ପାଦରୁ ରାଜସ୍ବ ୨୦୯% ବୃଦ୍ଧି ପାଇ ୧୯୭୯.୪୮ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୬୪୦.୫୧ କୋଟି ଟଙ୍କା ଥିଲା।

କଂପାନିର ଇବିଆଇଡିଟିଏ ୧୫୬୫.୯୮ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୧୦୧୮.୩୬ କୋଟି ଟଙ୍କା ଥିଲା। କଂପାନିର ପରିଚାଳନା ମାର୍ଜିନ୍ ୬.୪୫% ରହିଥିବା ବେଳେ ନିଟ୍ ଲାଭରେ ୧୮.୬୪ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ କଂପାନିର ଆୟ ୩୭.୩୮% ବଢ଼ିଥିବା ବେଳେ ଇବିଆଇଡିଟିଏ ୫୪.୬୮% ବୃଦ୍ଧି ପାଇ ୪୧୮.୫୪ କୋଟି ଟଙ୍କା ହୋଇଛି। ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ର ସମ୍ପୂର୍ଣ୍ଣ ଖାଦ୍ୟ ବ୍ୟବସାୟକୁ ରୁଚି ସୋୟା ଅଧିଗ୍ରହଣ କରିଛି। କଂପାନି ଆଇପିଓ ଲାଗି ମଧ୍ୟ ଆବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe